ବିଜେପିରେ ମିଶିଲେ ଅଭିନେତ୍ରୀ ମହାଶ୍ୱେତା ରାୟ ! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

53

କନକ ବ୍ୟୁରୋ: ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡର ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦଳରେ ଯୋଗ ଦେଇଛନ୍ତି । ରାଜନୀତି ପ୍ରତି ତାଙ୍କର ପିଲାଦିନୁ ରୁଚି ରହିଥିବା କିନ୍ତୁ ଅଭିନୟ କ୍ଷେତ୍ରକୁ ଆସିବାର ଅନେକ ଦିନ ପରେ ତାଙ୍କୁ ଏହି ସୁଯୋଗ ମିଳିଲା ବୋଲି କହିଥିଲେ ମହାଶ୍ୱେତା ।

ଏଠାରେ ଆମେ କହି ରଖୁଛୁ କି, ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶା ପଲିଟିକ୍ସର ସେତିକି ପାଖେଇ ଆସୁଛି ଓଲିଉଡ୍ । ନିକଟରେ ଦୁଇ ଲୋକପ୍ରିୟ ସିନେଷ୍ଟାର ମିହିର ଦାସ ଓ ଅନୁ ଚୋଧୁରୀ ମିଶିଛନ୍ତି ବିଜେପିରେ । ଅବଶ୍ୟ ୨୦୧୪ ନିର୍ବାଚନ ବେଳେ ମିହିର ଦାସ ଯୋଗ ଦେଇଥିଲେ ବିଜେଡିରେ । ତେବେ ବିଜେଡିରେ ତାଙ୍କ କ୍ୟାରିୟର ଅଧିକ ଆଗକୁ ଯାଇ ପାରିନଥିଲା ।

ବିଜେପିରେ ମିଶି ଲୋକଙ୍କ ପାଇଁ କାମ କରିବାକୁ ଆଗ୍ରହୀ ବୋଲି ମିହିର ଦାସ କହିଛନ୍ତି । ଏତେ ଦିନର ଶାସନ ପରେ ବି ଓଡିଶା ପଛୁଆ ରାଜ୍ୟ ହୋଇ ରହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଏହା ସହ କଳା ଓ ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ କହିଛନ୍ତି ଓଲିଉଡର ଏହି ଲୋକପ୍ରିୟ ଅଭିନେତା ।