ଚର୍ଚ୍ଚାରେ ଦେବୀ ଦୁର୍ଗାଙ୍କ ୨୨ କିଲୋର ସୁନା ଶାଢୀ ! କୋଲକତା ଦୁର୍ଗା ପୂଜା ପେଣ୍ଡାଲରେ ଲଣ୍ଡନ ଥିମ୍

177

କନକ ବ୍ୟୁରୋ : ପ୍ରତିବର୍ଷ ଦୁର୍ଗାପୂଜାକୁ ନେଇ କୋଲକତାରେ ଏକ ସ୍ୱତନ୍ତ୍ର ବାତାବରଣ ଦେଖିବାକୁ ମିଳେ । ଆଉ ଏଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ନିର୍ମିତ ପୂଜାମଣ୍ଡପ ଖୁବ୍ ଆକର୍ଷଣୀୟ ହୋkolkata pujaଇଥାଏ । ଯାହା କି ପ୍ରସିଦ୍ଧି ଲାଭ କରେ । ଏହି ଅବସରରେ କୋଲକତାର ପୂଜାରେ ମା’ ଦୁର୍ଗାଙ୍କର ୨୨କିଲୋ ସୁନାର ଶାଢୀକୁ ନେଇ ମାହୋଲ ପୁରା ଚର୍ଚ୍ଚାରେ । କୋଲକତା ଦୁର୍ଗା ପୂଜା ପେଣ୍ଡାଲରେ ଲଣ୍ଡନ ଥିମ । ବକିଙ୍ଘମ ପ୍ୟାଲେସ, ବିଗ୍ ବେନ ଓ ଲଣ୍ଡନ ବ୍ରିଜର ପ୍ରତିକୃତି, କୋଲକତା ଦୁର୍ଗା ପୂଜାକୁ ବେଶ ଆକର୍ଷଣୀୟ କରିଛି । କୋଲକତାର ସନ୍ତୋଷ ମିତ୍ରା ସ୍କୋୟାରର ଏହି ପୂଜା ପଣ୍ଡାଲ ଦେଖିବାକୁ ମିଳିଛି । ଏହି ପଣ୍ଡାଲରେ ପୂଜା ପାଉଥିବା ମା’ ଦୁର୍ଗାଙ୍କୁ ୨୨କେଜି ଓଜନର ସୁନାରେ ନିର୍ମିତ ଶାଢୀ ପିନ୍ଧାଯାଇଛି ।

ସୁନା ଜରିରେ ଏମ୍ବ୍ରୋଏଡାରୀରେ ଏହି ସୁନ୍ଦର ଶାଢୀକୁ ଦୀର୍ଘ ୨ମାସ ଧରି ତିଆରି କରିଛନ୍ତି ଡିଜାଇନର ଅଗ୍ନିମିତ୍ର ପଲ ଓ ୫୦ଜଣ କାରିଗର । ୨୨କ୍ୟାରେଟ ସୁନାରେ ନିିର୍ମିତ ହୋଇଛି ଏହି ଶାଢୀ । ସନ୍ତୋଷ ମିତ୍ରା ସ୍କୋୟାର ପୂଜା ମଣ୍ଡପର ୮୨ତମ ବର୍ଷ ପୂର୍ତି ଅବସରରେ କିଛି ଭିନ୍ନ କରିବାକୁ ଯାଇ ସୁନାରେ ନିର୍ମିତ ଶାଢୀ ମା’ ଦୁର୍ଗାଙ୍କ ପାଇଁ ତିଆରି କରିବାକୁ ଯୋଜନା କରିଥିଲେ କମିଟି ସଦସ୍ୟ  । ଏହି ଶାଢୀ ପାଇଁ ପ୍ରାୟ ୬କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ପୂଜା ପେଣ୍ଡାଲ ଏବେ କୋଲକାତାବାସୀଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି  ।

bahubali pujaସେହିପରି କୋଲକତାର ଆଉ ଏକ ପୂଜା ପେଣ୍ଡାଲ ଏବେ ଚର୍ଚ୍ଚାରେ । କୋଲକତାରେ ଲେକ୍ ଟାଉନ ନିକଟରେ ଶ୍ରୀଭୂମି ସ୍ପୋଟିଂ କ୍ଲବ୍ ଏହି ଭବ୍ୟ ପେଣ୍ଡାଲକୁ ତିଆରି କରିଛନ୍ତି । କ୍ଲବ୍ ର ସଚିବ ଡିକେ ଗୋସ୍ୱାମୀ କହିଛନ୍ତି ବିଶ୍ୱ ସାରା ଫିଲ୍ମ ବାହୁବଳୀକୁ ମିଳିଥିବା ପବ୍ଲିସିଟିକୁ ଦେଖି ଆମେ ଏହି ଥିମ୍ କୁ ନେଇ ପେଣ୍ଡାଲ ତିଆରି କରିଥିଲୁ । ଏହି ପେଣ୍ଡାଲ ଶୁକ୍ରବାର ଠାରୁ ଭକ୍ତଙ୍କ ପାଇଁ ଖୋଲାଯିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଦେଶର ସବୁଠୁ ମହଙ୍ଗା ପେଣ୍ଡାଲ୍ ହେବାର ଘୋଷଣା କରିଛନ୍ତି । ୧୫୦ ଜଣ କାରିଗର ୩ ମାସର ସମୟ ଅବଧିରେ ଏହି ମାହିଷ୍ମତି ପେଣ୍ଡାଲକୁ ତିଆରିକରିଛନ୍ତି ।

1-74ସୁନାରେ ଚମକୁଥିବା ମାହିଷ୍ମତି ମହଲ ପେଣ୍ଡାଲରେ ମୁଖ୍ୟ ଦ୍ୱାରାରେ ଶୁଣ୍ଢ ଟେକିଥିବାର ଦୁଇଟି ହାତୀ ନିର୍ମିତ ହୋଇଛି । ପେଣ୍ଡାଲର କିଛି ଆଗରେ ୮ଟି କବାଟ ରହିଛି । ମହଲର ଭିତରେ ପ୍ରବେଶ କରିବା ପରେ ଏକ ବଡ ଝୁମର ଓ ମା’ଙ୍କର ସୁନା ଚାନ୍ଦି ଓ ହୀରାରେ ସଜ୍ଜିତ ମା’ ଦୁର୍ଗାଙ୍କ ପ୍ରତିମା ରହିଛି । ୧୧୦ ଫୁଟ ଉଚ୍ଚତାର ଏହି ମୂର୍ତ୍ତୀକୁ ୩୦୦ ଯବାନ ସୁରକ୍ଷା ଦେଉଛନ୍ତି ।

ଦୁର୍ଗାପୂଜାକୁ ନେଇ ସାରା ଦେଶରେ କୋଲକତା ନିଜର ଏକ ଭିନ୍ନ ପରିଚୟ ରଖିଥାଏ । ଯାହା ଏହାର ପୂଜା ପେଣ୍ଡାଲମାନଙ୍କରୁ ଜଣାପଡେ । ଆଉ ବର୍ଷକୁ ବର୍ଷ ପ୍ରତିଯୋଗୀତାର ସହ ଏହାକୁ ବିଭିନ୍ନ ପୂଜା କମିଟିମାନେ ପାଳନ କରୁଛନ୍ତି । ଏବେ ଏହାର ଏକ ନମୂନା ‘ମାହିଷ୍ମତି ମହଲ’ ପେଣ୍ଡାଲ । ବାହୁବଳୀ ଫିଲ୍ମର ଏହି ମହଲର ଝଲକକୁ ଭକ୍ତମାନେ ଏହିବର୍ଷ ପଶ୍ଚମବଙ୍ଗର ଏହି ପେଣ୍ଡାଲରେ ଦେଖିବାକୁ ପାଇବେ ।