ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଚର୍ଚ୍ଚିତ ଚୁମ୍ବନ

111

ଏ କୈାଣସି ଚର୍ଚ୍ଚିତ ଫିଲ୍ମର ଫଟୋ ନୁହେଁ । ଯେଉଁଥିରେ ଅଭିନେତା-ଅଭିନେତ୍ରୀ ପରସ୍ପରକୁ ଚୁମ୍ବନ ଦେଉଛନ୍ତି । ଏ ଏମିତି ଏକ ସମୟର ଚୁମ୍ବନ ଯାହା ଦୁନିଆଁର ସବୁଠୁ ଚର୍ଚ୍ଚିତ ଚୁମ୍ବନ ପାଲଟି ଯାଇଛି ।

କଣ ଥିଲା ସେହି ବିଗତ ଦିନର ଚୁମ୍ବନର ସ୍ମୃତି –

nurse-kissing-sailor-world-war-2-ap_650x400_71473568981ଏ ଫଟୋ ୧୪ ଅଗଷ୍ଟ ୧୯୪୫ ମସିହାର । ବିଶ୍ୱ ଥରୁଥାଏ ବିଶ୍ୱ ଯୁଦ୍ଧର ବିଭୀଷିକାରେ । ଲୋକମାନଙ୍କ ମନରେ ଭୟ ଓ ହତାଶ । ଜୀବନର ଗତି କୁଆଡେ ଲୋକମାନେ ଜାଣିପାରୁନଥିଲେ । ହଠାତ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଶେଷ ହେବାର ଖବର ଚାରିଆଡେ ପ୍ରସାରିତ ହୋଇଗଲା । ଜାପାନ ସରେଣ୍ଡର କରିଦେଇଥିଲା ଏବଂ ଏହାସହ ଭୟଙ୍କର ଯୁଦ୍ଧ ସମାପ୍ତ ହୋଇଥିଲା ।

23ଏ ଖବର ବିଜୁଳି ବେଗରେ ଚାରିଆଡେ ଖେଳିଗଲା । ଖୁସିରେ ଝୁମି ଉଠିଲେ ସମସ୍ତେ । ଆମେରିକାରେ ଉତ୍ସବ ପାଳିତ ହୋଇଗଲା । ଏହି ସମୟରେ ଜର୍ଜ ମେଣ୍ଡୋଜା ନିଜ ଗର୍ଲଫ୍ରେଣ୍ଡଙ୍କ ସହ ଡେଟିଂରେ ଯାଇଥିଲେ । ଜର୍ଜ ଆମେରିକାର ନେଭିରେ ସେଲର ଭାବେ ଚାକିରି କରିଥିଲେ । ଡେଟିଂ ସାରି ଜର୍ଜ ଫେରୁଥିଲେ । ଅଚାନକ ଶୁଣିଲେ ଜାପାନ ସରେଣ୍ଡର କରିଦେଇଛି । ଯୁଦ୍ଧ ଏବେ ସ୍ଥଗିତ । ନିଜ ମନର ଖୁସିକୁ ସମ୍ଭାଳି ପାରିଲେନି ।

ଏ ଖୁସିରେ ଆପଣ ଭାବୁଥିବେ ଜର୍ଜ ନିଜ ଗର୍ଲଫ୍ରେଣ୍ଡଙ୍କୁ ଚୁମ୍ବନ ଦେଇଥିଲେ ତା ନୁହେଁ । ସେଠାରେ ଟାଇମ୍ ସ୍କୋୟାରରେ ଏକ ମହିଳାଙ୍କୁ ଦେଖି , ଖୁସିରେ ବାହୁରେ ଭିଡି ଧରି ଜର୍ଜ ତାଙ୍କୁ ମନ ଭରି ଚୁମ୍ବନ ବର୍ଷା କରିଥିଲେ । ଆଉ ବିଶ୍ୱଯୁଦ୍ଧ ସହ ଏହି ଅଚାନକ ଚୁମ୍ବନ ଇତିହାସ ପାଲଟି ଗଲା । ସେହି ମହିଳା ଜଣକ ଥିଲେ ଜଣେ ଡେଂଟିଷ୍ଟ ନର୍ସ । ନାଁ ଗ୍ରେଟା ଫ୍ରୀଡମନ୍ । ଏହି ଦୃଶ୍ୟକୁ ସେତେବେଳେ ପ୍ରସିଦ୍ଧ ଫଟୋଗ୍ରାଫର ଅଲଫ୍ରେଡ୍ ଆଇଜେଷ୍ଟେଡ୍ ଉଠାଇଥିଲେ । ଏହାପରେ ଲାଇଫ୍ ମାଗାଜିନରେ ସ୍ଥାନ ପାଇଥିଲା ଏହି ଫଟୋ । ଆଜି ଏହି ସ୍ମୃତିକୁ ପୁଣି ଦୁନିଆ ମନେପକାଇଛି ।

ଆମେରିକାର ମିଡିଆ ରିପୋର୍ଟ ଅନୁସାରେ ,୯୨ ବର୍ଷରେ ଏହି ଚର୍ଚ୍ଚିତ ଚୁମ୍ବନର ନାୟିକା ନର୍ସ ଗ୍ରେଟାଙ୍କର ମୃତ୍ୟୁ ଗତ ଶନିବାର ହୋଇଯାଇଛି । କିନ୍ତୁ ଦୁନିଆ ଆାଖିରେ ଏହି ଚର୍ଚ୍ଚିତ ଚୁମ୍ବନ ଦୃଶ୍ୟରେ ସବୁଦିନ ପାଇଁ ଅମର ହୋଇଯାଇଛନ୍ତି ନର୍ସ ଗ୍ରେଟା ।

ଦେଖନ୍ତୁ ଏହି ଭିଡିଓ –