ପ୍ରବଳ ବର୍ଷିଲା ! କାହାଘରେ ପସିଲା ନାଳ ପାଣି ତ ଆଉ କାହାଘରେ ପସିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ।

76

ସାରା ଦେଶରେ ଭାରି ବର୍ଷା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଭାରି ବର୍ଷା କାରଣରୁ ପ୍ରଭାବିତ ହୋଇଥିବା କେରଳକୁ ବାଦ ଦେଲେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଓଡିଶାରେ ମଧ୍ୟ ସ୍ଥିତି ଗମ୍ଭିର ହୋଇପଡିଛି । ଭାରି ବର୍ଷା କରାଣରୁ ଗାଁ ଏବଂ ସହର ଗୁଡିକରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଘରେ ପାଣି ପସିଯିବା କାରଣରୁ ଲୋକମାନଙ୍କ ସାଧାରଣ ଜୀବରଯାପନରେ ବାଧା ସୃଷ୍ଟି ହୋଇଛି । ଏହି ସବୁ ମଧ୍ୟରେ ପୁରୀ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା ।

ଶ୍ରୀକ୍ଷେତ୍ରଧାମ ପୁରୀରେ ମଙ୍ଗଳବାରଦିନ ପ୍ରାୟ ସନ୍ଧ୍ୟା ସମୟରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା । ବର୍ଷା କାରଣରୁ ପାଣି ପସିଯାଇଥିବା ଘରୁ ପ୍ରାୟ ଦୁଇ କ୍ୱିଣ୍ଟାଲ ମାଛ ବାହରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକ୍କିତ କରିଦେଇଛି ।

ସୂଚନା ମୁତାବକ ପୁରୀ ଜିଲ୍ଲାର ମୁକୁନ୍ଦ ମିଶ୍ରା ନଗରର ଜଣେ ବ୍ୟକ୍ତିଙ୍କ ଘରେ ବର୍ଷା ପାଣି ପସିଯାଇଥିଲା । ଘରେ ଥିବା ସବୁ ଆସବାପତ୍ର ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଯେତେବେଳେ ଘର ଭିତରୁ ପାଣି ଛାଡିଯାଇଥିଲା ସେତେବେଳେ ଘର ଭିତରୁ ପ୍ରାୟ ଦୁଇ କୁଇଣ୍ଟାଲ ମାଛ ବାହାରିବା ଦେଖି ପରିବାର ଲୋ ବହୁତ ଖୁସି ହୋଇଯାଇଥିଲେ । ଏହି ଖବର ତୁରନ୍ତ ଆଖ ପାଖ ଗାଁରେ ବ୍ୟାପିଯାଇଥିଲା । ଅନେକ ଲୋକ ଏହି ଦୃଶ୍ୟ ଦେଖିବା ପାଇଁ ଏଠାକୁ ଧାଇଁ ଆସିଥିଲେ । ତେବେ ସ୍ଥାନିୟ ଲୋକଙ୍କ କହିବା ଅନୁସାରେ ଘରର ନିକଟରେ ଏକ ନାଳ ରହିଛି । ବୋଧ ହୁଏ ସେଥିରେ ପାଣି ଭରିଯିବା କାରଣରୁ ସେଥିରେ ଥିବା ମାଛ ବାହାରି ଆସି ଘର ଭିତକୁ ପସିଆସିଥିଲେ ।