ଜଗା ବଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଚାହୁଁନାହାନ୍ତି ପରିବାର ଲୋକ ! ଅଧିକ ୨ମାସ ଏମ୍ସରେ ରଖିବାକୁ ଚାହୁଁଥିବା କହିଲେ ବାପା

18

କନକ ବ୍ୟୁରୋ : ଜଗା ବଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଚାହୁଁନାହାନ୍ତି ପରିବାରଲୋକ । ଏମ୍ସରେ ଚିକତ୍ସିତ ଜଗା ବଳିଆଙ୍କ ମଧ୍ୟରୁ ବଳିଆ ଏବେ ବି ପାଇପ ଯୋଗେ ଖାଦ୍ୟ ଗ୍ରହଣ କରୁଥିବାରୁ ସେ ଆଉ କିଛି ଦିନ ଏମ୍ସରେ ରହୁ ବୋଲି ତାଙ୍କ ବାପା କହିଛନ୍ତି । ବଳିଆ ଅପେକ୍ଷା ଜଗା ଅଧିକ ସୁସ୍ଥ ଅଛି । ଜଗା ଚଲାବୁଲା କରିବା ସହ ଖେଳୁଛି । ଉଭୟଙ୍କୁ ଆହୁରୀ ୨ମାସ ଏମ୍ସରେ ରଖିବାକୁ ଚାହୁଁଥିବା କହିଛନ୍ତି ତାଙ୍କ ବାପା । ତେବେ ଯଦି ଓଡ଼ିଶା ଫେରନ୍ତି ତେବେ ଭୁବନେଶ୍ୱର ଏମ୍ସରେ ରଖିବାକୁ ସେ ଚାହୁଁଥିବା କହିଛନ୍ତି ।