କନକ ବ୍ୟୁରୋ : ବୋହୂର ମାନ୍ୟତା ପାଇଁ ଶାଶୁଘରେ ଯୁବତୀଙ୍କ କଳି । ହକ ପାଇଁ ବୋହୁର ବିଦ୍ରୋହ । ଶାଶୁ ଓ ଜେଜେ ଶାଶୁଙ୍କ ସହ ମୁହାଁମୁହିଁ । କଥା କଟାକଟି ଓ ଠେଲାପେଲା । ଆଉ କ୍ୟାମେରାରେ କଏଦ ହେଲା ଶାଶୂ-ବୋହୂ ହାତାହାତି ହେବାର ଦୃଶ୍ୟ । ଯୁବତୀଙ୍କ ଅଭିଯୋଗ ଯୌତୁକ ଦାବିରେ ଘରୁ ବାହାର କରିଦେବା ପରେ ଆଉ ଗ୍ରହଣ କରୁ ନାହାନ୍ତି ଶାଶୁଘର ଲୋକ । ଏପଟେ ଯୁବତୀଙ୍କୁ ଗ୍ରହଣ କରିବା ତ ଦୂରର କଥା, ତାଙ୍କୁ ଚିହ୍ନିନଥିବା କହିଛନ୍ତି ପୁଅଘର ପରିବାର । ତେବେ କଣ ଏହି କଳି ପଛର କାହାଣୀ?
Kanak News is now on WhatsApp
Join and get latest news updates delivered to you via WhatsApp
ରଞ୍ଜିତା ସାମନ୍ତରାୟ ।ଜଣେ ଏୟାରହୋଷ୍ଟେସ ଛାତ୍ରୀ ।ଜୁଡୋ କରାଟେରେ ବ୍ଲାକ ବେଲ୍ଟ ମଧ୍ୟ ହାସଲ କରିଛନ୍ତି । କିଛିବର୍ଷ ପୂର୍ବେ ପ୍ରେମରେ ଆଶୀର୍ବାଦ ମହାନ୍ତିଙ୍କ ପ୍ରେମରେ ପଡି ଯାଇଥିଲେ ରଞ୍ଜିତା । କିଛିଦିନର ପ୍ରେମ ପରେ, ମନ୍ଦିରରେ ହୋଇଥିଲେ ବିବାହ । ଆକାଶରେ ଉଡିବାର ନିଶାକୁ ପଛରେ ପକାଇ, ଆଶୀର୍ବାଦଙ୍କ ଘରେ ବୋହୂ ହେବାର ସ୍ୱପ୍ନ ଦେଖିଥିଲେ । ହେଲେ ବିବାହର ମାତ୍ର ୨ଦିନ ପରେ ଯୌତୁକ ପାଇଁ ଶାଶୁଘର ଲୋକେ ତଡିଦେଇଥିବା ଅଭିଯୋଗ କରିଛନ୍ତି । କାର ଓ ୫ ଲକ୍ଷ ଟଙ୍କା ଦାବି କରୁଥିବାବେଳେ ପୁଅକୁ କେଉଁଆଡେ ପଠାଇ ଦେଇ ବୋହୂ ବୋଲି ସ୍ୱୀକାର କରୁବାକୁ ଅମଙ୍ଗ ହେଉଛନ୍ତି ଶାଶୁଘର ଲୋକ ।
ରଞ୍ଜିତାଙ୍କ ଅଭିଯୋଗ ଯୌତୁକରେ କାର ଦିଆଯାଇନଥିବାରୁ ଘରୁ ବାହାର କରିଦେଇଛନ୍ତି ଶାଶୁଘର ଲୋକ । ଏବେ ପୁଅର ଅନ୍ୟତ୍ର ବିବାହ ସ୍ଥିର କରିଦେଇଥିବା ଶୁଣି ନିଜ ହକର ଲଢେଇ କରିବାକୁ ପହଂଚି ଯାଇଛନ୍ତି । ଅନ୍ୟପଟେ ଅଭିଯୋଗକୁ ସଂପୂର୍ଣ୍ଣ ଭିତିହୀନ ବୋଲି କହିଛନ୍ତି ଆଶୀର୍ବାଦଙ୍କ ପରିବାର । କିନ୍ତୁ ହକ୍ ନ ପାଇବା ପର୍ଯ୍ୟନ୍ତ ଚୁପ୍ ବସିବେନି ବୋଲି କହିଛନ୍ତି ରଞ୍ଜିତା ।
ପ୍ରେମକରି ଆଶୀର୍ବାଦଙ୍କ ହାତ ଧରିବା ଅଭିଶାପ ପାଲଟି ଯାଇଛି ରଞ୍ଜିତାଙ୍କ ପାଇଁ । ବୋହୂର ମାନ୍ୟତା ପାଇବାକୁ ନିଜ ଶାଶୁଘର ଲୋକଙ୍କ ସହ ହାତାହାତି ହେବାକୁ ପଡୁଛି । ବିବାହ ସମୟର ଫଟୋ ପ୍ରମାଣ ହିସାବରେ ଦେଖାଇଛନ୍ତି ରଂଜିତା । ତେଣୁ ପୁରା ମାମଲାର ତଦନ୍ତ ଜରୁରୀ ହୋଇପଡିଛି ।