ଦୁର୍ଘଟଣାରେ ଅକାମୀ ହୋଇଗଲା ମସ୍ତିଷ୍କ !  ପୁଅ ବଞ୍ଚିବନି ଜାଣିବା ପରେ ତା ଶରୀରର ଅନ୍ୟ ଅଙ୍ଗକୁ ଦାନ କଲେ ବାପା ମା’, ବଞ୍ଚିଗଲା ଅନ୍ୟ ୩ଟି ଜୀବନ ।

67

ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ପୁଅର ବାପାମାଆଙ୍କ ହୃଦୟ ବି ଏତେ ବଡ଼ ହୋଇପାରେ ତାହା କଳ୍ପନାର ବାହାରେ । ନିଜ ପୁଅର ମରଣ ଦିନ ପାଖେଇ ଆସୁଛି ଜାଣିବା ପରେ ପୁଅ ଶରୀରର ଅଙ୍ଗଗୁଡ଼ିକ ଦାନ କରି ଏମାନେ ସାଜିଛନ୍ତି ସମାଜ ପାଇଁ ଉଦାହରଣ ।

ଘଟଣାଟି ଏପରି, ୧୯ ବର୍ଷିୟ ଯୁବକ ଜଣକ ମେ ୨୬ ତାରିଖରେ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ । ସଡ଼କ ଦୁର୍ଘଟଣା ଘଟିବାକୁ ଗୁରୁତର ଅବସ୍ଥାରେ ତାଙ୍କୁ ଆଦିତ୍ୟ ବୁର୍ଲା ମେମୋରିଆଲ୍ ହସ୍ପିଟାଲ୍(ଏବିଏମଏଚ୍)ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ତାଙ୍କର ମସ୍ତିଷ୍କ ଅକାମୀ(ବ୍ରେନ୍ ଡେଡ୍) ବୋଲି ଘୋଷଣା କରିଥିଲେ । ଏହି ପରିସ୍ଥିତିରେ କାହାକୁ ବଞ୍ଚାଇବା ଅସମ୍ଭବ ହୋଇଥାଏ । ଜଣେ ଚକ୍ଷୁହୀନ ଝିଅ ଓ ଜଣେ ମସ୍ତିଷ୍କ ଅକାମୀ ପୁଅର ବାପାମାଆ ହେବାର ଦୁଃଖ ତାଙ୍କ ମାନବିକତାକୁ ହରାଇ ପାରିଲା ନାହିଁ । ସେ ଦୁହେଁ ନିଜ ପୁଅ ଶରୀରର ଅଙ୍ଗଗୁଡ଼ିକୁ ଦାନ କରି ଅନ୍ୟର ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲେ ।

ଏବିଏମଏଚର ଏକ ଦଳ ତାଙ୍କର ଅଙ୍ଗଦାନ ପକ୍ରିୟା କରାଇଛନ୍ତି । ସେମାନେ ନିଜ ପୁଅର ୨ଟି କିଡନି ଓ ଲିଭର ସ୍ୱଇଚ୍ଛାରେ ଦାନ କରିଛନ୍ତି । ମୃତ୍ୟୁ ସହିତ ଲଢ଼େଇ କରୁଥିବା ୩ ଜଣ ରୋଗୀଙ୍କ ଦେହରେ ଯାଇ ତାଙ୍କ ପୁଅର ଏହି ୩ଟି ଅଙ୍ଗ ଲଗାଯିବ। ଦୁଇଟି କିଡନି ମଧ୍ୟରେ ଗୋଟିଏ କିଡନି ଏବିଏମଏଚରେ ଚିକିତ୍ସତ ହେଉଥିବା ଜଣେ ରୋଗୀଙ୍କୁ ଦିଆଯାଇଛି । କିଡନି ପ୍ରତିରୋପଣ ତତକ୍ଷଣାତ କରାଯାଇଛି । ସେହିପରି ତାଙ୍କର ଅନ୍ୟ କିଡନିକୁ ନାସିକର ଜଣେ ରୋଗୀଙ୍କ ପାଖକୁ ପଠାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୦୭ ମସିହାରେ ଏହି ହସ୍ପିଟାଲର ଏକ କିଡନି ପ୍ରତିରୋପଣ ହୋଇଥିଲା । ୨୦୧୭ ମସିହାରେ ମଧ୍ୟ ଜଣେ ମିଲିଟାରି ଭେଯେରାନଙ୍କ ପତ୍ନୀଙ୍କ ବ୍ରେନ୍ ଡେଡ୍ ଘୋଷଣା ପରେ ସମାନ ଘଟଣା ଘଟିଥିଲା । କେବଳ କିଡନି କିମ୍ବା ଲିଭର୍ ନୁହେଁ , ଏହି ହସ୍ପିଟାଲରେ ପୂର୍ବରୁ ହାର୍ଟ ପ୍ରତିରୋପଣ ବି ହୋଇସାରିଛି ।