ରାତି ୧୧.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ହ୍ଵାଟସଆପ୍ : ଏହି ଭାଇରାଲ ମେସେଜର ସତ୍ୟତା ଜାଣନ୍ତି କି ?

38

ଦେଶର ହ୍ଵାଟସ୍‌ଆପ୍‌ ବ୍ୟବହାରକାରୀ ଏଇ କିଛି ଦିନ ହେବ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସୋସିଆଲ ମେସେଜିଂ ଆପ୍‌ ହ୍ଵାଟସଆପ୍‌ ବ୍ୟବହାରକାରୀଙ୍କ ପାଖକୁ ନିକଟରେ ଏକ ମେସେଜ ଆସିଛି, ଯେଉଁଥିରେ ରାତି ୧୧.୩୦ରୁ ସକାଳ ୬.୦୦ ପର୍ଯ୍ୟନ୍ତ ହ୍ଵାଟସ୍‌ ଆପ୍‌ ବନ୍ଦ ରହିବ ବୋଲି କୁହାଯାଇଛି ।  ଯଦି ଏମିତି ବି ମେସେଜ ଆପଣଙ୍କ ପାଖକୁ ଆସିଛି ତେବେ ଟିକେ .ଧୈର୍ଯ୍ୟ ରଖନ୍ତୁ, ଏମିତି କିଛି ବି ହେବାର ନାହିଁ ।

ଯାଞ୍ଚରୁ ଜଣାପଡ଼ିଛି ଏହି ମେସେଜ ନକଲି ଅଟେ । ଏମିତି ଏକ ମେସେଜ ୨୦୧୬ରେ ଭାଇରାଲ ହୋଇଥିଲା । ତେବେ ନିକଟରେ ହୋଇଥିବା ମେସେଜରେ ଲେଖାଯାଇଛି କି ରାତି ୧୧.୩୦ରୁ ସକାଳ ୬.୦୦ ପର୍ଯ୍ୟନ୍ତ ହ୍ଵାଟସ୍‌ ଆପ୍‌ ବନ୍ଦ ରହିବ ଓ ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି । କେବଳ ଏତିକି ନୁହେଁ, ଏହି ମେସେଜରେ ଏହା ବି କୁହାଯାଇଛି କି, ଯଦି ଆପଣ ଏହି ମେସେଜକୁ ଫରଓ୍ଵାର୍ଡ କରୁ ନାହାନ୍ତି ତେବେ ଆପଣ ଆକାଉଣ୍ଟ ୪୮ଘଣ୍ଟା ମଧ୍ୟରେ ଡିଲିଟ କରି ଦିଆଯିବ । ଯଦି ଏମିତି ହୁଏ ତେବେ ୪୯୯ ଟଙ୍କା ପୈଠ କରିବା ପରେ ହିଁ ହ୍ଵାଟସ୍‌ଆପ୍‌ ପୁଣିଥରେ ଆକ୍ଟିଭେଟ ହେବ । ଏହି ମେସେଜକୁ ସମସ୍ତ ଗ୍ରୁପ୍‌ ଓ କଣ୍ଟାକ୍ଟ ଲିଷ୍ଟରେ ସାମିଲ ଲୋକମାନଙ୍କୁ ପଠାଇବା ପାଇଁ କୁହାଯାଇଛି ।

Image courtesy – thewire.in
ଆଇଟି ଓ ସୋସିଆଲ ମିଡିଆ ରିପୋର୍ଟ ମୋହିତ ଅଗ୍ରଓ୍ଵାଲଙ୍କ ମୁତାବକ, ଏଭଳି ମେସେଜ ୨୦୧୬ରେ ଭାଇରାଲ ହୋଇଥିଲା । ଏବେ ଯେମିତି ଭାଇରାଲ ମେସେଜକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବୋଲି କୁହାଯାଉଛି ସେତେବେଳେ ଭାଇରାଲ ହୋଇଥିବା ମେସେଜକୁ ହ୍ଵାଟସ୍‌ ଆପ୍‌ ସିଇଓ ଆରୋହୀ ଦେଶମୁଖଙ୍କ ନିଷ୍ପତ୍ତି ବୋଲି କୁହାଯାଇଥିଲା । ଆଶ୍ଚର୍ୟ୍ୟର କଥା ହେଉଛି, ସେତେବେଳେ ହ୍ଵାଟସ୍‌ ଆପ୍‌ ସିଇଓ ଜନ୍‌ କୁମ ଥିଲେ । ୨୦୧୬ରେ ହ୍ଵାଟସ୍‌ ଆପ୍‌କୁ ନେଇ ଏଭଳି ଗୁଜବ ଉଠିଥିଲା କି ହ୍ଵାଟସ୍‌ ଆପ୍‌କୁ ଏନେଇ ସଫେଇ ଦେବାକୁ ପଡ଼ିଥିଲା । ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ଢ଼ୁଲଙ୍କ କହିବାନୁସାରେ, ସରକାରଙ୍କ ତରଫରୁ ଏଭଳି କିଛି ନିର୍ଦ୍ଦେଶ କିମ୍ବା ଆଦେଶ ନାହିଁ । ତେଣୁ ଏହି ମାମଲା ଏକ ଗୁଜବ ଅଟେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।