ରାଷ୍ଟ୍ରପତି ଟ୍ରମ୍ପଙ୍କ ଇସ୍ତଫା, ଉତ୍ସବମୁଖର ସାରା ବିଶ୍ୱ ! ୱାସିଂଟନ୍ ପୋଷ୍ଟରେ ମିଛ ଖବର ଛପିବା ପରେ ଆମେରିକାରେ ଝଡ଼

166

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଇସ୍ତଫା ଦେଇଥିବା ଖବର ଗତକାଲି ଦ ୱାସିଂଟନ୍ ପୋଷ୍ଟ ଖବରକାଗଜରେ ଛପିଥିଲା । ତେବେ ଏହି ମିଛ ଖବର ପ୍ରଥମ ପୃଷ୍ଠାରେ ଛପିବା ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଛପିଥିବା ଖବର ଅନୁସାରେ ସଙ୍କଟକୁ ଶେଷ କରିବା ପାଇଁ ଟ୍ରମ୍ପ ହ୍ୱାଇଟ୍ ହାଇସ୍ ଛାଡ଼ିଛନ୍ତି । ଖବରକାଗଜରେ ଛପିଥିଲା ଏକ ବଡ଼ ରିପୋର୍ଟ । ଟ୍ରମ୍ପ ଯୁଗର ସମାପ୍ତରେ ସାରା ଯୁଗ ଉତ୍ସବମୁଖର ହୋଇଛି ବୋଲି ହେଡ଼ଲାଇନରେ ଛପିଥିଲା ଖବର ।

ସୂଚନାଯୋଗ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଇସ୍ତଫା ଦେଇଛନ୍ତି ବୋଲି ‘ଦି ଓ୍ଵାସିଂଟନ୍ ପୋଷ୍ଟ୍’ ଖବରକାଗଜର ପ୍ରଥମ ପୃଷ୍ଠାରେ ଛଅ ସ୍ତମ୍ଭବିଶିଷ୍ଟ ଏକ ଖବର ବୁଧବାର ସକାଳେ ‘ଓ୍ଵାସିଂଟନ୍ ଡିସି’ ଲୋକଙ୍କୁ ବଡ଼ ଆଚମ୍ବିତ କରି ପକାଇଥିଲା । ବୁଧବାରର ମୁଖ୍ୟ ଖବର ସହ ଥିଲା ତଳକୁ ମୁହଁ କରି ବିବ୍ରତ ଦିଶୁଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ଏକ ୪ ସ୍ତମ୍ଭବିଶିଷ୍ଟ ଫଟୋ । ଖବରକାଗଜର ବାମ ପାର୍ଶ୍ୱରେ ଏକ ସ୍ତମ୍ଭବିଶିଷ୍ଟ ଏକ ଲମ୍ବା ଖବର ଛାପା ଯାଇଛି । ଏହାର ଶୀର୍ଷକ, ସେଲିବ୍ରେସନ୍ସ୍ ବ୍ରେକ୍ ଆଉଟ୍ ଓ୍ଵାର୍ଲଡ୍ଓ୍ଵାଇଡ୍ ଆଜ୍ ଟ୍ରମ୍ପ୍ ଏରା ଏଣ୍ଡ୍ସ୍’। ହେଲେ ଖବରକାଗଜରେ ତାରିଖ ପଡ଼ିଥିଲା ମେ ୧, ୨୦୧୯ ।

ଘଟନାକୁ ଆହୁରି ଆଚମ୍ବିତ କରି ପକାଇଥିଲା ହ୍ଵାଇଟ୍ ହାଉସ୍ର ଆଖପାଖ ଅଞ୍ଚଳ ସମେତ ଓ୍ଵାସିଂଟନ୍ ଡିସିର ରାସ୍ତାରେ ଏହି ସଂସ୍କରଣକୁ ମାଗଣାରେ ବିତରଣ କରାଯାଇଥଲା । ତେବେ ତୁରନ୍ତି ‘ଦି ଓ୍ଵାସିଂଟନ୍ ପୋଷ୍ଟ୍’ ସ୍ପଷ୍ଟ କଲା ଯେ ତାହା ଗୋଟାଏ ଜାଲ୍ ସଂସ୍କରଣ  । ସେଥିରେ ସେମାନଙ୍କର କିଛି କରିବାର ନାହିଁ। ସୂଚନାଯୋଗ୍ୟ ଜାଲ୍ ଖବରକାଗଜରେ ଛାପା ଯାଇଥିବା ଖବରଟି ଲେଖିଛନ୍ତି ଲିଜା ଚଙ୍ଗ୍। ଲେଖାଯାଇଛି ଯେ ଏପ୍ରିଲ୍ ୩୦, ୨୦୧୯ ଦିନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ହ୍ଵାଇଟ୍ ହାଉସ୍ ଛାଡ଼ିଛନ୍ତି । ପ୍ରକାଶିତ ଅନ୍ୟ ଖବରରେ ଅନୁସମାରେ ଟ୍ରମ୍ପ୍ ଇସ୍ତଫା ଦେବା ପରେ ବିଶ୍ୱବ୍ୟାପୀ ଲୋକେ ଉତ୍ସବମୁଖର ହୋଇ ଉଠିଛନ୍ତି।

Comments are closed.