ଭାରତୀୟ ସେନା ଅଧିକାରୀଙ୍କ ଫେକ୍ ଟ୍ୱିଟର ଆକାଉଣ୍ଟ୍ ଖୋଲି ମିଛ ପ୍ରଚାର ଏବଂ ପ୍ରସାର କରୁଛି ପାକିସ୍ତାନ ! ପ୍ରତି ଟ୍ୱିଟ୍ ପାଇଁ କର୍ମଚାରୀଙ୍କୁ ଦେଉଛି ୧୦ ରୁ ୧୫ ଟଙ୍କା ।

188

ଆତଙ୍କବାଦୀଙ୍କ ମାଧ୍ୟମରେ ଭାରତରେ କ୍ଲେଶ ପ୍ରସାରିତ କରିବାକୁ ପାକିସ୍ତାନ ସବୁବେଳେ ଚାହୁଁଛି କିନ୍ତୁ ଭାରତୀୟ ସେନା ଦେଶର ସୁରକ୍ଷା କବଚ ହୋଇ ପ୍ରତିଥର ଆଗକୁ ଆସିଯାଉଛି । ସେନା ଅପରେସନ୍ ଅଲ୍ ଆଉଟ୍ ଚଲାଇ ପାକିସ୍ତାନ ଏବଂ ତାର ଆତଙ୍କବାଦୀ ସଂଗଠନର ମନୋବଳକୁ ବାରମ୍ବାର ଭାଙ୍ଗିବାରେ ସଫଳ ହେଉଛି । ତେବେ ଚାରିଆଡୁ ଅସଫଳ ହେବା ପରେ ପାକ୍ ର ମୁହଁ ଏବେ ସୋସିଆଲ୍ ମିଡିଆ ଆଡକୁ ରହିଛି । ପାକିସ୍ତାନ ଇଣ୍ଟରନେଟ୍ ଏବଂ ସୋସିଆଲ୍ ନେଟୱାର୍କର ସାହାରା ନେଇ ଏବେ ଭାରତରେ ଯୁଦ୍ଧ କରିବାକୁ ଚାହୁଁଛି । ସୂତ୍ରାନୁସାରେ , ପାକ୍ ଆର୍ମିର ଗଣମାଧ୍ୟମ ୱିଙ୍ଗ୍ ISPR ପ୍ରତିବର୍ଷ କେବଳ ଭାରତ ବିପକ୍ଷରେ ମିଛ ଖବର ପ୍ରସାର କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ।

 

ପ୍ରତିଟି ଟ୍ୱିଟ୍୍ ପାଇଁ ମିଳୁଛି ୧୦-୧୫ ଟଙ୍କା :

ISPR ପାକିସ୍ତାନୀଙ୍କୁ ୨୦୦୦ ରୁ ୩୦୦୦ ପର୍ଯ୍ୟନ୍ତ ସିମ୍ କାର୍ଡ ବାଣ୍ଟିଛି । ଯେଉଁ ଲୋକଙ୍କୁ ଏହି କାର୍ଡ ବଣ୍ଟାଯାଇଛି ସେମାନେ ବେରୋଜଗାର ଅଟନ୍ତି । ପାକ୍ ସେନା ରୋଜଗାର ନାଁରେ ଏମାନଙ୍କୁ ପ୍ରତି ଟ୍ୱିଟ୍ ପାଇଁ ଟଙ୍କା ଦେଇଥାଏ । ଏମାନଙ୍କୁ ପ୍ରତିଟି ଟ୍ୱିଟ୍ ପାଇଁ ମିଳେ ୧୦ ରୁ ୧୫ ଟଙ୍କା । ତେବେ ଯେଉଁ ଲୋକଙ୍କୁ ଏହି ସିମ୍ କାର୍ଡ ବଣ୍ଟାଯାଇଛି ସେମାନଙ୍କ ମଧ୍ୟରୁ କେହିବି ISPR କର୍ମର୍ଚାରୀ ଏହି କାମ କରୁନାହାଁନ୍ତି । ତେବେ ISPR ରେ ୧୦୦୦ ରୁ ୧୨୦୦ ପର୍ଯ୍ୟନ୍ତ ଲୋକ କାମ କରନ୍ତି ।

 

ରହିଛି ୧୫୦୦ ଟି ଫେକ୍ ଆକାଉଣ୍ଟ୍ :

ଜଣେ ବ୍ୟକ୍ତି ୫ ଟି ଟ୍ୱିଟର୍ ଆକାଉଣ୍ଟ୍ ଖୋଲିପାରିବେ । ଏଭଳି ସ୍ଥିତିରେ ବଣ୍ଟାଯାଇଥିବା ୩ ହଜାର ସିମ୍ କାର୍ଡରୁ ଯଦି ୫-୫ ଆକାଉଣ୍ଟ୍ ହିସାବରେ ୧୫ ହଜାର ଫେକ୍ ଟ୍ୱିଟର ଆକାଉଣ୍ଟ୍ ହୋଇଗଲା । କେବଳ ଏତିକି ନୁହଁ ପାକ୍ ସରକାର ମଧ୍ୟ ଅନେକ ଫେକ୍ ଆକାଉଣ୍ଟ୍ ବ୍ୟବହାର କରୁଛି । ଯଦି କାମ କରିବା ଶୈଳୀ କଥା କୁହାଯାଏ ତେବେ ଏହି ଗ୍ରୁପ୍ କୁ ପ୍ରତିଦିନ ଗୋଟିଏ ଗୋଟିଏ ବିଷୟ ଦିଆଯାଏ । ଯାହା ଭାରତ ବିରୋଧୀ ଗତିବିଧିକୁ ଅନ୍ତଃରାଷ୍ଟ୍ରୀୟ ମଞ୍ଚର ଧ୍ୟାନ କେନ୍ଦ୍ରୀତ କରିବାରେ ବ୍ୟବହାର କରାଯାଏ । ଯାହାପରେ ଏହି ବିଷୟକୁ ନେଇ ଲଗାତାର ଟ୍ୱିଟ୍ ଏବଂ ରିଟ୍ୱିଟ୍ କରାଯାଏ ଯାହା ଫଳରେ ଏହା ଟ୍ରେଣ୍ଡ୍ ଲିଷ୍ଟକୁ ଚାଲିଆସେ । ତେବେ ସୂତ୍ର ମୁତାବକ , ୫୦ ରୁ ଅଧିକ ସେନା ଅଧିକାରୀଙ୍କ ଫେକ୍ ଆକାଉଣ୍ଟ୍ କୁ ଡିଆକ୍ଟିଭେଟ୍ କରାଯାଇଛି । ସେନା ପ୍ରମୁଖ ବିପିନ୍ ରାୱତ୍ ଙ୍କ ସମେତ , ଭାଇସ୍ ଚିଫ୍ ଦେବରାଜ୍ ଅନବୁଙ୍କ ୨ ଆକାଉଣ୍ଟ୍ , ଆର୍ମି କମାଣ୍ଡର ଲେଫ୍ଟିନାଣ୍ଟ୍ ଜେନେରାଲ୍ ରନବୀର ସିଂହ ଆଦି ଅନେକଙ୍କ ଫେକ୍ ଆକାଉଣ୍ଟ୍ ପ୍ରସ୍ତୁତ କରିଛି ପାକିସ୍ତାନ ।