ଆରବିଆଇକୁ ନକଲି ନୋଟ ଚିନ୍ତା ! ଦେଶରେ ବଢିଛି ୫୦ ଏବଂ ୧୦୦ ଟଙ୍କିଆ ଜାଲନୋଟ ସଂଖ୍ୟା ।

26

ଆରବିଆଇ ତରଫରୁ ୫୦ ଏବଂ ୧୦୦ ଟଙ୍କିଆ ନୋଟକୁ ନେଇ ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟକର ତଥ୍ୟ । ୧୦୦ ଟଙ୍କିଆ ଜାଲନୋଟ ୩୫ ପ୍ରତିଶତ ଚିହ୍ନଟ ହୋଇଥିବା ବେଳେ ୧୫୪.୩ ପ୍ରତିଶତ ୫୦ ଟଙ୍କିଆ ନୋଟ ଚିହ୍ନ କରାଯାଇଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ବିମୂଦ୍ରିକରଣ ପରେ ୨୦୧୭-୧୮ରେ ଜାଲନୋଟ ବଜାରରେ କମ୍ ହୋଇଥିବା ଜଣାପଡିଛି । ତେବେ ୨୦୧୫-୧୬ରେ ୬ଲକ୍ଷ ୩୨ହଜାର ୯୨୬ ଜାଲି ନୋଟ ଧରା ପଡିଥିଲା । ଏବଂ ୨୦୧୬-୧୭ରେ ୭ଲକ୍ଷ ୬୨ହଜାର ୭୨ ଜାଲନୋଟ ଧରାପଡିଥିଲା । ଠିକ ସେହିଭଳି ୨୦୧୭-୧୮ରେ ୫ଲକ୍ଷ ୨୨ହଜାର ୭୮୩ ଜାଲନୋଟ ଚିହ୍ନଟ କରାଯାଇଛି ।

ଆରବିଆଇ କହିବା ଅନୁସାରେ, ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୩୧.୪ ପ୍ରତିଶତ ଜାଲନୋଟ କମ ହୋଇଛି । ବ୍ୟାଙ୍କରେ ୫ଶହ ଟଙ୍କିଆ ନୋଟ ୯,୮୯୨ ଏବଂ ୨ହଜାର ଟଙ୍କିଆ ୧୭,୯୨୯ଟି ନୂଆ ଜାଲି ନୋଟ ମିଳିଛି । ବିମୂଦ୍ରାକରଣ ପରେ ୫୦୦ ଏବଂ ୧୦୦୦ଟଙ୍କିଆ ପୁରୁଣା ନୋଟମଧ୍ୟରୁ ୯୯.୩ ପ୍ରତିଶତ ନୋଟ ପୂନର୍ବାର ବ୍ୟାଙ୍କରେ ଜମା ହୋଇପାରିଛି । ଏହା ସତ୍ୱେ ବି ସରକାର ବିମୁଦ୍ରାକରଣରେ ସଫଳତା ହାସଲ କରିଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର କହିବା ଅନୁସାରେ, ମାତ୍ର ୧୦,୭୨୦ କୋଟି ପୁରୁଣା ନୋଟ ଫେରି ପାରିନାହିଁ । ଆରବିଆଇ ମୁତାବକ, ପରିସଂଞ୍ଚୟ ହୋଇଥିବା ନୋଟ ରିଜର୍ଭ ବ୍ୟାଙ୍କ ବାହାରେ ଅଛି । ଯାହାକି ୨୦୧୬ ନଭେମ୍ବର ୮ ତାରିଖରେ ହୋଇଥିବା ବିମୂଦ୍ରାକରଣ ପରେ ଜମା ହୋଇଥିବା ହଜାର ଟଙ୍କିଆ ନୋଟ ବିଷୟରେ ସୂଚନା ପ୍ରଦାନ କରେ ।