ବର୍ଷକରେ ଜଣେ ମହିଳାଙ୍କ କୋଳରେ ୧୨ ଶିଶୁ : ଟଙ୍କା ହଡପ ପାଇଁ ମିଛ ରିପୋର୍ଟ

28

ବିହାର କାଇମୁରର ମୀନା ଦେବୀ ନାମକ ଜଣେ ମହିଳା ଗୋଟିଏ ବର୍ଷରେ ୧୨ଟି ପିଲା ଜନ୍ମ କରିଛନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଦେଖାଇଛି କାଇମୁରରେ ଥିବା ଏକ ନର୍ସିଂ ହୋମ୍ । ତେବେ ଏହି ରିପୋର୍ଟ ପଛର କାହାଣୀ ନିଶ୍ଚୟ ଆପଣକୁ ବିସ୍ମୟ କରିବ ।

ରାଜଧାନୀ ପାଟନାଠାରୁ ୨୦୦ କି,ମି ଦୂରରେ ଅଛି କାଇମୁର ଗାଁ । ସେଠାରେ ଥିବା ନର୍ସିଂ ହୋମ ରେଜିଷ୍ଟରରେ ସଂପୃକ୍ତ ମହିଳା ଜଣକ ଗୋଟିଏ ବର୍ଷ ଭିତରେ ୧୨ଟି ପିଲା ଜନ୍ମ କରିଛନ୍ତି ବୋଲି ଲେଖାଅଛି । କେବଳ ସେତିକି ନୁହେଁ ମୀନା ବର୍ଷକ ଭିତରେ ୧୪ ଥର ନସବନ୍ଦୀ ଅପରେସନ୍ ମଧ୍ୟ କରିଛନ୍ତି ବୋଲି ଦର୍ଶାଯାଇଛି, ଯାହା ଆଇନ୍ ଅନୁଯାୟୀ ଅପରାଧ ଅଟେ । ଏହା ସହ ୧୧ ଜଣ ଆହୁରି ଏମିତି ମହିଳା ଅଛନ୍ତି ଯେଉଁମାନେ ବର୍ଷକୁ ୫ ରୁ ୧୨ଟି ପିଲା ଜନ୍ମ କରିଛନ୍ତି ।

ତେବେ ଘଟଣାର ଯାଂଚ୍ ହେବାପରେ ଜଣାପଡିଲା ମୀନା ଦେବୀ ବୋଲି ଏମିତି କେହି ବି ମହିଳା ନାହାନ୍ତି । କେବଳ ଏକ ନକଲି ନାଁ ବ୍ୟବହାର କରି ସଂପୃକ୍ତ ନର୍ସିଂ ହୋମର ଅଧିକାରୀ ସରକାରଙ୍କ ଏନଆରଏଚଏମ୍ ଅଧୀନରେ ଆସୁଥିବା ଟଙ୍କା ହଡପ କରିବା ପାଇଁ ଏମିତି କରିଛନ୍ତି ।

ତେବେ କେବଳ ଏହି ଗୋଟିଏ ନର୍ସିଂ ହୋମ୍ ନୁହେଁ ବରଂ ୪୭ଟି ଏନଜିଓ ମଧ୍ୟ ଏମିତି ଅନେକ ସ୍କାମ୍ ସହିତ ଜଡିତ ଅଛନ୍ତି । ଯାହାକୁ ନେଇ ଏବେ ତଦନ୍ତ ଚାଲିବା ସହ ଘଟଣାରେ ସଂପୃକ୍ତ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ କରିଛି ଇଣ୍ଡିଆ ଟୁଡେ ।