ଭୂତ ଖାଉଛି ରାସନ !୪୦ ହଜାର କାର୍ଡ଼ଧାରୀଙ୍କ ମୃତ୍ୟୁ ପରେ ବି ଉଠୁଛି ଚାଉଳ ଗହମ, ସରକାର ଆରମ୍ଭ କଲେ ତନାଘନା

29

କନକ ବ୍ୟୁରୋ : ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଚିଠି । ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ଥିବା ମୋଟ୍ ୩ କୋଟି ୨୩ ଲକ୍ଷ ୮୩ ହଜାର ୩ଶହ ୪୯ ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ୩୯ ହଜାର ୬ ଶହ ୯ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । କିନ୍ତୁ ତାଙ୍କ ନାଁ ରେ ଏବେ ବି ସରକାର ଯୋଗାଇ ଦେଉଛନ୍ତି ଖାଦ୍ୟ ସାମଗ୍ରୀ ।

ରାଜ୍ୟ ସରକାର ଏ ନେଇ ଛାନଭିନ୍ କରିବା ପରେ ବିଭିନ୍ନ ଜିଲ୍ଲାର ସିଡିଏମଓ ମାନେ ଦେଇଛନ୍ତି ଏହି ତଥ୍ୟ । ତେଣୁ ସରକାର ବର୍ତ୍ତମାନ ଏମାନଙ୍କୁ ତାଲିକାରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସରକାର ଦେଇଥିବା ନିର୍ଦ୍ଦେଶ ପାଳନ କରିବା ପାଇଁ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ତାଲିକାରୁ ବାଦ ପଡୁଥିବା ହିତାଧିକାରୀଙ୍କ ବଦଳରେ ତାଙ୍କ ପରିବାରରୁ ଆଉ ଜଣେ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡିବାକୁ କୁହାଯାଇଛି । ଏପରିକି ପରିବାର ସଦସ୍ୟ ଯୋଗ୍ୟ ନହେଲେ ଗ୍ରାମ, ପଂଚାୟତ କିମ୍ବା ବ୍ଲକ ସ୍ତରରେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଗ କରିବାକୁ ନିର୍ଦ୍ଦେଶ ଅଛି ।

କୁହାଯାଉଛି କେନ୍ଦ୍ର ଦେଉଥିବା କୋଟା ପୂରଣ କରିବାକୁ ରାଜ୍ୟ ସରକାର ଜାରି କରିଛନ୍ତି ଏମିତି ନିର୍ଦ୍ଦେଶ । ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀା ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ବ୍ୟାପକ ହେରାଫେରି ହୋଇଥିବାର ଅଭିଯୋଗ ସବୁବେଳେ କରିଆସିଛନ୍ତି ବିରୋଧୀ । ତେଣୁ ସରକାର ଏବେ ଖାଲି ତାଲିକା ପରିବର୍ତ୍ତନ କରୁଛନ୍ତି ନା ଦୀର୍ଘ ଦିନ ଧରି ଚାଲିଥିବା ଏହି ଚଚଂକତାର କାର୍ପଟଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ତା ଉପରେ ନଜର ।