ବାଂଲାଦେଶରୁ ଆସୁଛି ନକଲି ୨ ହଜାର ଟଙ୍କିଆ ନୋଟ୍‌ !

37

କନକ ବ୍ୟୁରୋ : ପାକିସ୍ତାନରୁ ବହୁଳ ପରିମାଣର ନକଲି ୫ଶହ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ୍‌ ଆସିବା ପର ଭାରତ ସରକାର ନକଲି ଟଙ୍କା ସହିତ କଳାଧନ ରୋକିବା ପାଇଁ ବିମୁଦ୍ରାକରଣ କଲେ । ମାତ୍ର ବିମୁଦ୍ରାକରଣ ପରେ ପାକିସ୍ତାନରୁ ନକଲି ଟଙ୍କା ଆସିବା କମିଯାଇଛି ସତ, ମାତ୍ର ତା’ ସ୍ଥାନରେ ଏବେ ବାଂଲାଦେଶରୁ ନକଲି ୨ ହଜାର ଟଙ୍କିଆ ନୋଟ୍‌ ସୀମାନ୍ତ ପାର ହୋଇ ଭାରତରେ ପହଞ୍ଚୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ତଥ୍ୟରୁ ଜଣାପଡ଼ିଛି । ଏପରିକି ଗତ ଜାନୁଆରିରୁ ଅଗଷ୍ଟ ମାସ ମଧ୍ୟରେ ପ୍ରାୟ ୩୨ ଲକ୍ଷ ଟଙ୍କା ମୂଲ୍ୟର ନକଲି ଟଙ୍କା ବିଏସଏଫ ଜବତ କରିଛି ।

ପୂର୍ବରୁ ପାକିସ୍ତାନ ଓ ବାଂଲାଦେଶରେ ପ୍ରସ୍ତୁତ ହେଉଥିବା ନକଲି ଟଙ୍କା ଜମ୍ମୁ କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜୁରାଟ,ପଶ୍ଚମବଙ୍ଗ, ଆସାମ ଓ ମେଘାଳୟ ଦେଇ ଭାରତକୁ ଆସୁଥିଲା । ବର୍ତ୍ତମାନ ଦେଶର ୧୧ଟି ସୀମାନ୍ତରେ ଏହି ନକଲି ଟଙ୍କା କାରବାର ବନ୍ଦ ହୋଇଯାଇଥିିବା ବେଳେ ଆସାମ ଓ ପଶ୍ଚିମବଙ୍ଗ ଦେଇ ଗତ ଜାନୁଆରୀ ମାସରୁ ନକଲି ଟଙ୍କା ଭାରତରେ ପ୍ରବେଶ କରୁଥିବା ବିଏସଏଫ କହିଛି । ଗତ ୬ ମାସ ମଧ୍ୟ ମଧ୍ୟରେ ଭାରତରେ ସୀମାପାର ହୋଇ ଆସି ପହଞ୍ଚିଥିବା ଯେତିକି ନକଲି ଟଙ୍କା( ୩୨ ଲକ୍ଷ) ଜବତ ହୋଇଛି, ତାହା ୨୦୧୬ ମସିହାରେ ଏହି ସମୟରେ ଜବତ ଟଙ୍କା ଠାରୁ କମ୍‌ ବୋଲି ଜଣାପଡ଼ିଛିି ।

ବିଏସଏଫର ଗୁଇନ୍ଦା ସୂଚନା ଅନୁଯାୟୀ, ନକଲି ନୋଟ କାରବାର କରୁଥିବା ସିଣ୍ଡିକେଟ୍‌ ନକଲି ଟଙ୍କା ପ୍ରସ୍ତୁତି ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ବିଶେଷ ପୁଞ୍ଜି ବିନିଯୋଗ କରିନାହିଁ ତେବେ ବିମୁଦ୍ରାକରଣ ପରେ ସେମାନେ ପୁଣି ତାଙ୍କ ପାଦ ଭାରତରେ ଥାପିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତ । ଗୁଇନ୍ଦା ସୂଚନା ଅନୁଯାୟୀ, ଭାରତରେ ୨ହଜାର ଟଙ୍କିଆ ନୋଟ୍‌ ଛାପିବା ପାଇଁ ଯେଉଁ କାଗଜ ବ୍ୟବହାର କରାଯାଉଛି ସେପରି କାଗଜ ନ ହେେଲେ ମଧ୍ୟ ଏହା ସହିତ ବହୁ ପରିମାଣରେ ମିଶୁଥିବା କାଗଜ ଏହି ସିଣ୍ଡିକେଟ ସାଉଦି ଆରବ ଓ ମାଲେସିଆରୁ ଆମଦାନୀ କରିବା ଆରମ୍ଭ କରି ଦେଇଛନ୍ତି ।