ଟିଟିଲାଗଡରେ ମିଳିଲା ବିପୁଳ ପରିମାଣର ନକଲି ନୋଟ୍ : ହଟିଆ-ଯଶବନ୍ତପୁର ଏକ୍ସପ୍ରେସରୁ ୪ ଲକ୍ଷ ୬୮ ହଜାରରୁ ଅଧିକ ଟଙ୍କାର ନକଲି ନୋଟ ଜବତ

21

କନକ ବ୍ୟୁରୋ : ଟିଟିଲାଗଡରେ ମିଳିଲା ବିପୁଳ ପରିମାଣର ନକଲି ନୋଟ୍ । ହଟିଆ- ଯଶୋବନ୍ତପୁର ଏକ୍ସପ୍ରେସ ଟ୍ରେନରୁ ୪ଲକ୍ଷ ୬୮ ହଜାର ନକଲି ନୋଟ୍ ଜବତ କରିଛି ଟିଟିଲାଗଡ ରେଳବାଇ ପୋଲିସ୍ । ବରଗଡ ଭଟଲି ଅଂଚଳର ଜଣେ ବ୍ୟକ୍ତି ଏହି ନୋଟ୍ ନେଇ ଯାଉଥିବା ଜଣାପଡିଛି । ତେବେ ଏତେ ପରିମାଣରେ ନକଲି ନୋଟ୍ କେଉଁଠୁ ଆସିଲା ? ଏବଂ କେଉଁଠିକି ଯାଉଥିଲା ତାକୁ ନେଇ ଖୋଳତାଡ କରୁଛି ପୋଲିସ୍ ।

ସେପଟେ ଗତକାଲି କଟକ ଜଗତପୁର ଅଂଚଳରୁ ଏକ ନକଲି ତେଲ କାରଖାନା ଠାବ କରିଥିଲା ପୋଲିସ । ଏଠାରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ତେଲର ନକଲ କରାଯାଉଥିଲା ବୋଲି ଜଣାପଡିଥିଲା । ଚଢାଉ ବେଳେ କାରଖାନାରୁ ବିପୁଳ ପରିମାଣର ନକଲି ସୋରିଷ ଓ ରିଫାଇନ୍ ତେଲ ଜବତ କରାଯାଇଥିଲା । ଟ୍ରକ୍ ଟର୍ମିନାଲରେ ଦୀର୍ଘ ଦିନ ଧରି ଏହି ତେଲ ଅପମିଶ୍ରଣ କାରଖାନା ଚାଲିଥିଲା ବୋଲି ଜଣାପଡିଛି ।