ସୁବର୍ଣ୍ଣପୁର : କୁଂଜ ହୋଟେଲ ନିକଟରୁ ସାଢେ ୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ୨ ଅଟକ

24

କନକ ବ୍ୟୁରୋ : ନକଲି ନୋଟ କାରବାରରେ ଇଂଜିନିୟରିଂ ଛାତ୍ର । ସୁବର୍ଣ୍ଣପୁର କୁଂଜ ହୋଟେଲ ନିକଟରୁ ନକଲି ନୋଟ ଜବତ । ସାଢେ ୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଜାଲ ନୋଟ ମଧ୍ୟରେ ୨ ହଜାର ଟଙ୍କିଆ ୧୦୦ ଖଣ୍ଡ ଓ ୫ ଶହ ଟଙ୍କିଆ ୩୦୦ ଖଣ୍ଡ ଜାଲ ନୋଟ ଜବତ ହୋଇଛି ।

ବୌଦ୍ଧରୁ ଏକ ନମ୍ବର ବିହୀନ ପଲସରରେନକଲି ନୋଟ ନେଇ ଆସୁଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହା ପରେ ପୁଲିସ ଚଢାଉ କରି ନକଲି ନୋଟ ଜବତ କରିବା ସହ ଜଣେ ଇଂଜିନିୟରିଂ ଛାତ୍ରଙ୍କ ସମେତ ୨ ଜଣଙ୍କୁ ଅଟକ ରଖିଛି । ପଚରାଉଚରା କରୁଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ