ନୂଆପଡାରେ ଚାଲିଛି ନକଲି ନୋଟ ତିଆରି ! ଖଡିଆଳରୁ ୪ ଜଣଙ୍କୁ ଗିରଫ ସହ ୧୦୨ ଖଣ୍ଡ ୧୦୦ ଟଙ୍କିଆ ନୋଟ ଜବତ କଲା ପୁଲିସ

26

କନକ ବ୍ୟୁରୋ : ଓଡିଶା ବଜାରରେ ଘୁରି ବୁଲୁଛି ଜାଲ । ନୋଟ ନୂଆପଡାରେ ଚାଲିଛି ନକଲି ନୋଟ ତିଆରି । ନକଲି ନୋଟ ତିଆରି କରି କଳାହାଣ୍ଡି ଜିଲ୍ଳାରେ କରାଯାଉଛି ବ୍ୟବହାର । ବିଶେଷ ସୂତ୍ରରୁ ଖବର ପାଇଁ ଆଜି ପୁଲିସ ଅଚାନକ ଚଢାଉ କରି ଖଡିଆଳ ଅଂଚଳରୁ ୪ ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ କାରଖାନା ଠାବ କରିଛି । ଏହା ସହ ୧୦୨ ଖଣ୍ଡ ୧୦୦ ଟଙ୍କିଆ ନୋଟ, କମ୍ପୁଟର, ପ୍ରିଂଟର, ୫ଟି ମୋବାଇଲ ଜବତ କରିଛି । ଏମାନେ ଦୀର୍ଘଦିନ ହେବ ନୂଆପଡାରେ ନକଲି ନୋଟ ତିଆରି କରି ବଜାରରେ କାରବାର କରୁଥିଲେ ।

ସୂଚନାଯୋଗ୍ୟ ଗତ ମାସରେ ମଧ୍ୟ ନକଲି ନୋଟ କାରବାର ନେଇ ଖବର ଆସିଥିଲା । ସାରା ରାଜ୍ୟରେ ବଢ଼ି ଚାଲିଛି ନକଲି ନୋଟ୍ କାରବାର । ଫେବୃୟାରୀ ମାସରେ ବାରିପଦାରୁ ୯୨ ଖଣ୍ଡ ୨ ହଜାର ଟଙ୍କିଆ ନକଲି ନୋଟ ଜବତ କରିବା ସହ ଜଣେ ଅନ୍ତଃରାଜ୍ୟ ଠକକୁ ବାନ୍ଧିଥିଲା ପୁଲିସ । ଜାଲ ନୋଟ କାରବାରର ମାଷ୍ଟର ମାଇଣ୍ଡ ଏସ୍.କେ. କାଲିମୁଦିନକୁ ଗିରଫ କରିଥିଲା ମୟୂରଭଂଜ ପୁଲିସ ।