ଭୁବନେଶ୍ୱରରେ ନକଲି ନୋଟ୍ ଛପା ମାମଲା ! ମାଷ୍ଟରମାଇଣ୍ଡ ରାଜକିଶୋର ଟୁଡୁ ଗିରଫ

56

କନକ ବ୍ୟୁରୋ : ଭୁବନେଶ୍ୱରରେ ନକଲି ନୋଟ୍ ଛପା ମାମଲାର ମାଷ୍ଟର ମାଇଣ୍ଡ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜକୁମାର ଟୁଡୁକୁ ଗିରଫ କରାଯାଇଛି । ଚେନ୍ନାଇରୁ ଫେରିବା ବେଳେ ଭୁବେନଶ୍ୱର ରେଳ ଷ୍ଟେସନରୁ ଗିରଫ କରିଛି କମିଶନରେଟ ପୁଲିସ । ଭୁବନେଶ୍ୱର ସାଲିଆ ସାହିରେ ନକଲି ନୋଟ୍ ଛପା କାରବାର ଚାଲିଥିଲା । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ଯାଉଥିଲା ଏହି ଟଙ୍କା । ବାରିପଦା ଟାଉନ୍ ଥାନା ପୋଲିସର ଚଢାଉ ପରେ ଏହା ସ୍ପଷ୍ଟ ହୋଇଥିଲା ।

ବାରିପଦାରୁ ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶାଗେନ ଟୁଡୁ ଗିରଫ ହେବା ପରେ ତାଙ୍କୁ ନେଇ ରାଜଧାନୀର କେତେକ ସ୍ଥାନରେ ଚଢଉ କରିଥିଲା ବାରିପଦା ପୋଲିସ । ଶାଗେନର ବୟାନ ଅନୁସାରେ ଭୁବନେଶ୍ୱରର ସାଲିଆସାହିରେ ଚଢଉ କରି ଛପା ପାଇଁ ବ୍ୟବହାର ହେଉଥିବା ଜେରକ୍ସ ମେସିନ ଓ କାଗଜ ଜବତ କରିଛି ପୋଲିସ । ଏହିସମୟରେ ଜାଲ ନୋଟ୍ କାରବାରର ମାଷ୍ଟର ମାଇଣ୍ଡ ରାଜକିଶୋର ଟୁଡୁ ଫେରାର ହୋଇଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-