ରାହୁଲ ଗାନ୍ଧୀଙ୍କୁ ‘ପପୁ’ ଡାକିବାକୁ କଣ ସତରେ ଏହି ଛୋଟ ଝିଅଟିକୁ କହିଥିଲେ ମୋଦି ? ସତ ଜାଣନ୍ତୁ ।

କୁନି ଝିଅଟି ମାଇକରେ ‘ରାହୁଲ ଗାନ୍ଧୀ ପପୁ ହେ’ କହିବାର ଦେଖିବାକୁ ମିଳିଛି ।

147

ବିମୂଦ୍ରୀକରଣକୁ ବିରୋଧ କରି ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୁ ତୁ ମେ ମେ ଲାଗିରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମୋଦି ସରକାରଙ୍କ ଏକ ଭିଡିଓ ଏବେ ଚର୍ଚ୍ଚର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ମୋଦି ସରକାର ଏକ କୁନି ଝିଅଟିକୁ କୋଳରେ ଉଠାଇ ମଞ୍ଚକୁ ନେଇଛନ୍ତି ଏବଂ ମାଇକରେ କିଛି କହିବାକୁ କହିଛନ୍ତି । ପରେ କୁନି ଝିଅଟି ମାଇକରେ ‘ରାହୁଲ ଗାନ୍ଧୀ ପପୁ ହେ’ କହିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦି ଏକ ରାଲିରେ ଜଣେ କୁନି ଝିଅକୁ କୋଳରେ ଉଠାଇ ମଞ୍ଚ ଉପରକୁ ନେଇଥିଲେ । ମଞ୍ଚ ଉପରେ ଲାଗିଥିବା ମାଇକରେ ମୋଦି ସରକାର କୁନି ଝିଅଟିକୁ କିଛି କହିବା ପାଇଁ କହିଥିଲେ । ପରେ କୁନି ଝିଅଟି ମାଇକରେ କହିଥିଲା “ରାହୁଲ ଗାନ୍ଧି ପପୁ ହେ” । ଏହା ପରେ ନରେନ୍ଦ୍ର ମୋଦି କୁନି ଝିଅଟିକୁ ସାବାସି ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ପଛର ସତ୍ୟତା କିଛି ଅଲଗା ।

ପ୍ରକୃତ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୬ତମ ଜନ୍ମଦିନ ଅବସରରେ ଗୁଜୁରାଟର ଏକ ରାଲିକୁ ଯାଇଥିଲେ । ଏହି ରାଲିରେ ନରେନ୍ଦ୍ର ମୋଦି ଜଣେ ଦିବ୍ୟାଙ୍ଗ କୁନି ଝିଅଟିକୁ କୋଳରେ ଉଠାଇ ମଞ୍ଚକୁ ନେଇଥିଲେ ମଞ୍ଚରେ କୁନି ଝିଅଙ୍କୁ ତାଙ୍କ ନାଁ ପଚାରିଥିଲେ ଏବଂ ରାମାୟଣ ଶୁଣାଇବା କଥା ମଧ୍ୟ କହିଥିଲେ । ତେବେ ଏହି ଭିଡିଓଟିକୁ କୌଣସି ଉପାୟରେ ପରିବର୍ତ୍ତନ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।