କଂଗ୍ରେସରୁ ଇସ୍ତଫା ଦେଲେ ନିରଞ୍ଜନ ! ଜାତୀୟ ଗଣମାଧ୍ୟମରେ ଫେକ୍ ନ୍ୟୁଜ ନେଇ ନିରଞ୍ଜନ ଖପ୍ପା

952

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେଲେ ନିରଂଜନ ପଟ୍ଟନାୟକ । ଜାତୀୟ ଗଣମାଧ୍ୟମରେ ଆଜି ଏସଂକ୍ରାନ୍ତୀୟ ଖବର ଆସିବା ପରେ କଂଗ୍ରେସ ଶିବିରରେ ଛନକା ପଶିଗଲା । ଯେଉଁ ଦଳରୁ ବିଧାୟକ ଛାଡିବା ନେଇ ଚର୍ଚ୍ଚା ଥମିନଥିବା ବେଳେ ସତରେ କଣ ନିରଂଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି, ଏହାକୁ ନେଇ ଆରମ୍ଭ ହୋଇଗଲା ତନାଘନା । ହେଲେ ନିଜ ଫେସବୁକ ପେଜରେ ଏହି ଖବରକୁ ପିସିସି ସଭାପତି ନିଜେ ଗୁଜବ ବୋଲି କହିବା ସହ ଖଣ୍ଡନ କରିଝଛନ୍ତି । ନିଜ ସୋସିଆଲ ମିଡିଆ ଆକଉଂଟରେ ରଖିଛନ୍ତି ବିଷଦ ତଥ୍ୟ ।

ନିରଞ୍ଜନଙ୍କ ଫେସବୁକ ପୋଷ୍ଟ ଅନୁଯାୟୀ, ଏକ ଜାତୀୟ ଗଣମାଧ୍ୟମରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ଖବର ପ୍ରକାଶ ପାଇଛି । ଆଉ ଏଭଳି ଏକ ଗୁଜବର ଅପପ୍ରଚାର ପାଇଁ ସେ ସିଧାସଳଖ ଉକ୍ତ ଗଣମାଧ୍ୟମ ଓ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଛନ୍ତି । ବିଜେପିର ମୁଖପାତ୍ର ବୋଲି ରିପବ୍ଲିକ ଟିଭିୁକୁ ଅଭିହିତ କରିଛନ୍ତି ନିରଂଜନ । ଇସ୍ତଫା ସଂକ୍ରାନ୍ତରେ ମିଛ ଖବର ପ୍ରକଶ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ନିରଂଜନ କହିଛନ୍ତି, କଂଗ୍ରେସର ଲୋକପ୍ରିୟତା ବଢୁଥିବା ଦେଖି ଏଭଳି ଅପପ୍ରଚାର କରାଯାଉଛି । ଏହାଛଡା ସେ କହିଛନ୍ତି, ମୁଁ ଆପଣଙ୍କୁ ସୁନିଶ୍ଚିତ କରିଦେଉଛି ଯେ, କଂଗ୍ରେସରେ ରହିଥିବି ଓ କଂଗ୍ରେସ ଦଳ ଲୋକମାନଙ୍କ ପାଇଁ ସଂଘର୍ଷ ଜାରି ରଖିଥିବ ।

ଆଜି କଂଗ୍ରେସ ଦଳରୁ ଝାରସୁଗୁଡା ବିଧାୟକ ନବ ଦାସ ଇସ୍ତଫା ଦେଇଥିବା ବେଳେ ଆଉ କିଛି ବିଧାୟକ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ସୋସିଆଲ ମିଡିଆରେ ନିରଞ୍ଜନଙ୍କ ଇସ୍ତଫା ଗୁଜବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।