୬ ଦିନ ନୁହେଁ ବରଂ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ ! ଜାଣନ୍ତୁ କେବେଠୁ କେବେ ଯାଏଁ ବ୍ୟାଙ୍କରେ ଝୁଲିବ ତାଲା

51

ସପ୍ତାହେ ଧରି ବ୍ୟାଙ୍କ ବନ୍ଦ ରହିବା ନେଇ ଖବର କିଛିଦିନ ହେଲା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସୋସିଆଲ ସାଇଟରେ ଭାଇରାଲ ହେଉଥିବା ଏହି ମେସେଜରେ ଖୋଲାଖୋଲି ଭାବରେ କୁହାଯାଇଛି ବ୍ୟାଙ୍କ ଆଗାମୀ ସପ୍ତାହ ତଥା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୬ ଦିନ କାଳ ବନ୍ଦ ରହିବ । ଖାଲି ଏତିକି ନୁହେଁ ଏହି ମେସେଜରେ ଲୋକଙ୍କୁ ଭୟଭୀତ କରି ଆହୁବି ମଧ୍ୟ କୁହାଯାଇଛି କି, ବ୍ୟାଙ୍କ ବନ୍ଦ ହେବା କାରଣରୁ ଏଟିଏମରେ କ୍ୟାସ ଜନିତ ସମସ୍ୟା ମଧ୍ୟ ଉପୁଜିପାରେ, ଏଥିପାଇଁ ତୁରନ୍ତ ପାଖରେ କ୍ୟାସ ରଖିଦିଅନ୍ତୁ ନଚେତ୍ ଅସୁବିଧାରେ ପଡିପାରନ୍ତି । ତେଣୁ ଆଗକୁ ରହିଛି ଜନ୍ମାଷ୍ଟମୀ ଭଳି ପବିତ୍ର ଉତ୍ସବ ତେଣୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜଟିକୁ ପଢି ଲୋକଙ୍କ ମଧ୍ୟରେ କୋକୁଆ ଭୟ ଜାତ ହେବା ବି ସ୍ୱଭାବିକ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେକି ବ୍ୟାଙ୍କ ବନ୍ଦକୁ ନେଇ ଭାଇରାଲ ହେଉଥିବା ଏହି ଖବରଟି ପୂରାପୂରି ମିଛ । ଏହା ଏକପ୍ରକାରର ଗୁଜବ, ଏଥିରେ କୌଣସି ସତ୍ୟତା ନାହିଁ ।

ନ୍ୟାସନାଲ ଅର୍ଗାନାଇଜେସନ ଅଫ ବ୍ୟାଙ୍କ ୱାକର୍ସର ଭାଇସ୍ ପ୍ରେସିଡେଂଟ ଅଶ୍ୱିନୀ ରାଣାଙ୍କ ସୂଚନା ମୁତାବକ, ‘ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି, ଛୁଟିଦିନ ଏବଂ ବ୍ୟାଙ୍କ ହଡତାଳ କାରଣରୁ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ବ୍ୟାଙ୍କ ୬ଦିନ କାଳ ବନ୍ଦ ରହିବ । ଯାହାକି ଏକ ଭୁଲ ଖବର ।’

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜରେ କୁହାଯାଇଛି କି, ବ୍ୟାଙ୍କ ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ଏବଂ ପୁଣି ୮ ଓ ୯ ତାରିଖ ବନ୍ଦ ରହିବ । ମେସେଜରେ ଆହୁରୀ ମଧ୍ୟ କୁହାଯାଇଛିକି, ଆଗାମୀ ସପ୍ତାହ ଜନ୍ମାଷ୍ଟମୀରୁ ଆରମ୍ଭ ହେଉଛି ଏବଂ ତାପରେ ପେନସନ ଦାବି ନେଇ ବ୍ୟାଙ୍କର କର୍ମଚାରୀମାନେ ହଡତାଳରେ ଯିବେ । ତେବେ ଏହି ହଡତାଳ କେବଳ ଆରବିଆଇର କର୍ମଚାରୀମାନେ ହିଁ କରିବେ, ଏଥିରେ ବାକି ବ୍ୟାଙ୍କର କର୍ମଚାରୀମାନଙ୍କର କୌଣସି ବି ଭୂମିକା ନାହିଁ । କିନ୍ତୁ ଆରବିଆଇ କର୍ମଚାରୀଙ୍କ ହଡତାଳକୁ ଲୋକେ ସାଧାରଣ ବ୍ୟାଙ୍କ କର୍ମଚାରୀଙ୍କ ହଡତାଳ ବୋଲି ଭାବିନେଇଛନ୍ତି । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କୁ, ୪ ଏବଂ ୫ ସେପ୍ଟେମ୍ବରରେ କେବଳ ଆରବିଆଇର କର୍ମୀଚାରୀମାନେ ହିଁ ହଡତାଳରେ ଯିବେ । କେନ୍ଦ୍ରୀୟ ବ୍ୟାଙ୍କର କର୍ମଚାରୀମାନଙ୍କ ହଡତାଳ କାରଣରୁ ସାର୍ବଜନୀକ ତଥା ଘରୋଇ ବ୍ୟାଙ୍କର ଦୈନନ୍ଦିନର କାମ ଉପରେ କୌଣସି ବି ପ୍ରଭାବ ପଡିବ ନାହିଁ ।

ସେହିପରି, ସେପ୍ଟେମ୍ବର ୩ ତାରିଖରେ ତଥା ଜନ୍ମାଷ୍ଟମୀ ଅବସରରେ ଦିଲ୍ଲୀ ଏବଂ ମୁମ୍ବାଇରେ ବ୍ୟାଙ୍କ ଖୋଲା ରହିବ । ମାତ୍ର କିଛି ରାଜ୍ୟରେ ଜନ୍ମାଷ୍ଟମୀ ଛୁଟି କାରଣରୁ ଶନିବାର , ରବିବାର ଏବଂ ସୋମବାର ଦିନ ବ୍ୟାଙ୍କ ବନ୍ଦ ରହିବ ଅର୍ଥାତ୍  ବ୍ୟାଙ୍କ ୪ ଏବଂ ୫,  ୬  ଓ ୭ ତାରିଖ ଦିନ ଖୋଲା ରହିବ । ପରେ ଶନିବାର ଓ ରବିବାର ( ସେପ୍ଟେମ୍ବର ୮ ଓ ୯) ଯଥାକ୍ରମେ ୨ୟ ଶନିବାର ଓ ରବିବାର ପାଇଁ ବନ୍ଦ ରହିବ । ଏଚଡିଏଫସି ବ୍ୟାଙ୍କର ଏକ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ସେପ୍ଟେମ୍ବର ୩ ତାରିଖରେ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ନାହିଁ । ମାତ୍ର କିଛି ଟା ରାଜ୍ୟରେ ବନ୍ଦ ରହିବ । ମାତ୍ର ବ୍ୟାଙ୍କ ବନ୍ଦ ହେବା କାରଣରୁ ଏହାର ପ୍ରଭାବ ଅନଲାଇନ ବ୍ୟାଙ୍କିଂ ଏବଂ ଏଟିଏମ ଟ୍ରାନଜାକସନ ଉପରେ ପଡିବ ନାହିଁ ।