ଆପଣଙ୍କ ପାଖକୁ ଜେଟ୍ ଏୟାରବେଜର ଦୁଇଟି ମାଗଣା ଟିକଟ ମିଳିବାର ମେସେଜ୍ ଆସିଛି କି? ଜାଣିନିଅନ୍ତୁ ଏହା ପଛର କଳାସତ । 

26

ଲୋକମାନଙ୍କୁ ମାଗଣା ଶବ୍ଦଟି ଖୁବ୍ ଭଲ ଲାଗେ । ଲାଗିବନି ବା କାହିଁକି ଫ୍ରିରେ ମିଳୁଥିବା ଜିନିଷକୁ କିଏ ଅବା ଛାଡେ । କିନ୍ତୁ ଜୋସ୍ ରେ ଆସି ହୋସକୁ ଅଣଦେଖା କରନ୍ତୁ ନାହିଁ । ଏହି ମାଗଣା ଚକ୍କରରେ ଯେ ଆପଣ ବୋକା ସଙ୍ଗେ ଡବଲ୍ ଟଙ୍କା ଦେବାର ଶିକାରରେ ପଡୁଛନ୍ତି ଏହା ଜାଣିବା ନିହାତି ଦରକାର । ଖାସ୍ କରି ସୋସିଆଲ୍ ମିଡିଆ କଥା ନିଅନ୍ତୁ । ହ୍ୱାଟସଆପରେ ଆସୁଥିବା ବିଭିନ୍ନ ପ୍ରଲୋଭାତ୍ମକ ମେସେଜ୍ ଲିଙ୍କ୍ ଲୋକଙ୍କୁ ସଙ୍ଗେ ସଙ୍ଗେ ବୋକା କରିବା ପାଇଁ ଯଥେଷ୍ଟ ।

 

ତେବେ ଏମିତି ଏକ ମେସେଜ୍ ଏବେ ହ୍ୱାଟସଆପରେ ଘୁରିବୁଲୁଛି । ମେସେଜଟିରେ ଜେଟ୍ ଏୟାରବେଜର ନାଁକୁ ନିଆଯାଉଛି । ମେସେଜଟିରେ କୁହାଯାଉଛି ଯେ ଜେଟ୍ ଏୟାରବେଜର ୨୫ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଆପଣଙ୍କୁ ଦୁଇଟି ଟିକଟ ଫ୍ରି ଦେଉଛି ।  କିନ୍ତୁ ଏହାର ସତ କିଛି ଅଲଗା । ଏଭଳି ମେସେଜ୍ ଆପଣଙ୍କୁ କେବଳ ଭ୍ରାନ୍ତ ଧାରଣାରେ ପକାଉଛି କହିଲେ ଅତ୍ୟୁକ୍ତି ହେବନାହିଁ ।

ତେବେ ଏନେଇ କମ୍ପାନୀ ନିଜ ଅଫିସିଆଲ୍ ଆକାଉଣ୍ଟରେ ଏସବୁ ତଥ୍ୟ ସମ୍ପୁର୍ଣ୍ଣ ମିଥ୍ୟା କହିଛନ୍ତିି । ଏଭଳି ଫେକ୍ ନ୍ୟୁଜ୍ କେବଳ ଲୋକଙ୍କୁ ଭୁଆ ବୁଲାଇବା ପାଇଁ ପ୍ରସ୍ତୁତ କରାଯାଇଥାଏ । ତେବେ ଏନେଇ ଆଗକୁ ସତର୍କ ରୁହନ୍ତୁ କିଏ ଜାଣେ ଏଭଳି ମେସେଜ୍ ଦ୍ୱାରା ଆପଣଙ୍କ ପ୍ରାଇଭେସିର ଉପରେ ଆଞ୍ଚ୍ ଆସିପାରେ ।