ସଚିବାଳୟରେ ପହଁଚିଲେ ଠକ : ଗୃହବିଭାଗର ମୋହର ମାରି ପ୍ରାର୍ଥୀଙ୍କୁ ଦେଲେ ନିଯୁକ୍ତି ପତ୍ର

24

କନକ ବ୍ୟୁରୋ : ସଚିବାଳୟରେ ଚାକିରୀ ନାଁରେ ଠକେଇ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କିଛି ଏଭଳି ଅଭିଯୋଗ ଆସିଛି । ଢେଙ୍କାନାଳର ନୀଳମଣି ମହାରଣା । ଗତ ଏପ୍ରିଲ ମାସରେ କିଛି ଦଲାଲ ନୀଳମଣିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ଆଉ ତାଙ୍କ ପୁଅ ନରେନ୍ଦ୍ରଙ୍କୁ ରାଜ୍ୟ ସଚିବାଳୟରେ ଚାକିରୀ ଦେବା ନେଇ ଦେଖାଇଥିଲେ ପ୍ରଲୋଭନ । ପ୍ରତି ବଦଳରେ ଦାବି କରିଥିଲେ ଦେଢ ଲକ୍ଷ ଟଙ୍କା ।

ଠକେଇର ମାୟାଜାଲକୁ ମଜଭୂତ କରିବାକୁ ଦଲାଲ ବିଛାଇଥିଲେ ଷଡ଼ଯନ୍ତ୍ର । ଏମିତିକି ଏପ୍ରିଲ ୨୪ ତାରିଖ ଦିନ ନୀଳମଣି ଓ ନରେନ୍ଦ୍ରଙ୍କୁ ଧରି ସଚିବାଳକୁ ବି ପ୍ରବେଶ କରିଥିଲେ ଏହି ଠକ । ଆଉ ବିଭିନ୍ନ ବିଭାଗରେ ବେଧଡ଼କ ବୁଲିଥିଲେ । ଆଉ ଏପ୍ରିଲ ୨୯ ତାରିଖ ଦିନ ନରେନ୍ଦ୍ର ମହାରଣାଙ୍କୁ ଦେଇଥିଲେ ଏକ ଆପଏଂଟମେଂଟ ଲେଟର ।

କେବଳ ଆପଏଂଟମେଂଟ ଲେଟର ଦେଇ ନଥିଲେ ପ୍ରତି ବଦଳରେ ନେଇ ଯାଇଥିଲେ ଦେଢ ଲକ୍ଷ ଟଙ୍କା ।ରଘୁନାଥ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଂଟରେ ୪ଟି କିସ୍ତିରେ ୧ଲକ୍ଷ ଟଙ୍କା ଜମା କରିଛନ୍ତି ନୀଳମଣି । ଆଉ ୫୦ହଜାର ଟଙ୍କା ନଗଦ ଦେଇଥିବା ଅଭିଯୋଗ ଆଣିଛନ୍ତି । ଏସବୁ ଭିତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେମିତି ଏହି ଠକ ସଚିବାଳୟରେ ପ୍ରବେଶ କଲେ । ସଚିବାଳୟର କୈାଣସି କର୍ମଚାରୀଙ୍କ ସହ ରହିଛି କି ଏମାନଙ୍କ ଲିଙ୍କ?

ଦେଖନ୍ତୁ ଏହି ଭିଡ଼ିଓ –