ଚିଟଫଣ୍ଡ ଅଭିଯୁକ୍ତଙ୍କ କଳାକାରନାମା: ନିଜକୁ ଆଇଏଏସ ଅଫିସର କହି ବିବାହ କରୁଥିବା ବେଳେ ଧରିଲା ପୋଲିସ, ମାଲକାନଗିରି ଥାନାରେ ରହିଛି ମାମଲା

51

କନକ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଖୁଂଟା ପୋଲିସ ଦ୍ୱାରା ଜଣେ ନକଲି ଆଇଏଏସ ଅଫିସର ଗିରଫ । ଗିରଫ ଯୁବକ ଭଦ୍ରକ ଜିଲ୍ଲାର ରଜତ ପଣ୍ଡା ହୋଇଥିବାବେଳେ ସେ ଲିଙ୍ଗରାଜ ପଣ୍ଡା ନାଁରେ ପରିଚୟ ଦେଇ ଉଦଳା ତାରିଣୀ ମନ୍ଦିରରେ ମେ ୨୦ ତାରିଖରେ ବିବାହ କରିଥିଲେ । ନିଜକୁ ମାଲକାନଗିରିର ଉପଜିଲ୍ଲାପାଳ କହି ମୟୁରଭଞ୍ଜ ଦାମୋଦରପୁରରେ ସେ ବିବାହ କରିଥିଲେ । ଆଉ ବିବାହ ପରଠାରୁ ଶ୍ୱଶୁର ଘରେ ରହିବା ଫଳରେ ଗାଁ ଲୋକଙ୍କ ସନ୍ଦେହ ହୋଇଥିଲା ।

ରଜତଙ୍କ ନାଁରେ ମାଲକାନଗିରି ଥାନାରେ ମାମଲା ଥିବା ଖୁଂଟା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଦାମୋଦର ପୁର ଅଂଚଳରୁ ରଜତକୁ ଗିରଫ କରିଛି ପୋଲିସ । ତେବେ ନୂଆ ଶ୍ୱଶୁର ଘର ଲୋକେ ରଜତଙ୍କ ନାଁରେ କୌଣସି ଅଭିଯୋଗ କରିବାକୁ ମନା କରିଦେଇଛନ୍ତି । ତେଣୁ ମାଲକାନଗିରି ପୋଲିସ ଆସି ରଜତକୁ ନେଇଯିବ ବୋଲି ଖୁଂଟା ପୋଲିସ କହିଛି । ପୂର୍ବରୁ ୨୦୧୫ ମସିହାରେ ସିସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାଡପଡା ଜେଲରେ ଥିଲେ । ଏପିରିକି ସେ ଭୁବନେଶ୍ୱରରେ ନାଗେଶ୍ୱର ଟାଙ୍ଗୀ ଅଂଚଳରେ ବିବାହ କରିଥିବା ଜଣାଯାଇଛି ।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ରଜତ ଜଳେଶ୍ୱର ଟାଙ୍ଗି ଅଂଚଳରେ ବିବାହ କରିଥିବାର ସୂଚନା ମିଳିଛି । ବିବାହ ପରଠାରୁ ସେ ଚାକିରିକୁ ନ ଯାଇ ଦାମୋଦରପୁର ଶ୍ୱଶୁର ଘରେ ରହିବା ପରେ ତାଙ୍କ ଉପରେ ଲୋକଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ନିଜକୁ ମାଲକାନଗିରିର ଉପଜିଲ୍ଲାପାଳ କହି ଦାମୋଦରପୁରରେ ବିବାହ କରିଥିଲେ । ୨୦୧୫ରେ ସିସୋର ଚିଟଫଣ୍ଡରେ ଫଶି ଦେଢବର୍ଷ ଝାରପଡା ଜେଲରେ ଥିଲେ ରଜତ । ତେବେ ତାଙ୍କ ନାଁରେ ମାଲକାନଗିରି ଥାନାରେ ମାମଲା ଥିବାର ଖୁଂଟା ପୋଲିସକୁ ସୂଚନା ମିଳିଥିଲା । ଖୁଂଟା ପୁଲିସ ମାଲକାନଗିରି ଥାନାରୁ ଖବର ପାଇ ଗତ କାଲି ଦାମୋଦରପୁର ଅଂଚଳରୁ ରଜତଙ୍କୁ ଗିରଫ କରିଛି ।ତେବେ ନୂଆ ଶ୍ୱଶୁର ଘର ରଜତଙ୍କ ନାଁରେ କୌଣସି ଅଭିଯୋଗ କରିବାକୁ ମନା କରିବାକୁ ଆଜି ମାଲକାନଗିରି ପୁଲିସ ଆସି ରଜତଙ୍କୁ ନେଇ ଯିବେ ବୋଲି ଖୁଂଟା ପୁଲିସ ପକ୍ଷରୁ ସୂଚନା ମିଳିଛି ।