ଭୁବନେଶ୍ୱରରେ ନକଲି ଘିଅ କାରଖାନା ଉପରେ ରେଡ୍ ! ୨ କ୍ୱିଂଟାଲ ଘିଅ ଜବତ, ୬ ଗିରଫ

30

କନକ ବ୍ୟୁରୋ : ଭୁବନେଶ୍ୱରରେ ବେଧଡକ ଚାଲିଛି ନକଲି ଜିନିଷ କାରବାର । ସହରର ଲକ୍ଷ୍ମୀସାଗର ଅଂଚଳରେ ନକଲି ଘିଅ କାରଖାନା ଉପରେ ପୋଲିସ ରେଡ କରିଛି । କଟକର ବଙ୍ଗାଳି ସାହି ଅଂଚଳରେ ଏହି ନକଲି କାରଖାନା ଚାଲିଥିଲା । ଚଢଉ ବେଳେ ୨ କ୍ୱିଂଟାଲ ନକଲି ଘିଅ ଜବତ କରିଛ ପୋଲିସ । ଏ ସବୁ ନକଲି ଘିଅରେ ନାମୀ କମ୍ପାନୀର ଲୋଗୋ ଲଗାଯାଇ ବଜାରରେ ବିକ୍ରୀ କରାଯାଉଥିଲା । ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିବାବେଳେ ନଗଦ ୬ହଜାର ୫ଶହ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଆଜି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କିଏ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି ।