କ୍ୟାପଟେନଙ୍କ କଳଙ୍କ ! ଇ-ବୁକ୍ ଜରିଆରେ ୧୦୦ କୋଟି ଠକିଥିବା ସଂସ୍ଥାର ମାଷ୍ଟରମାଇଣ୍ଡ୍ ଗିରଫ

29

କନକ ବ୍ୟୁରୋ : ଧରାପଡିଲା ସ୍ମାର୍ଟ ସିଟିର ସ୍ମାର୍ଟ ଠକ । ଇ-ପ୍ରୋଜେକ୍ଟ ଜରିଆରେ ଯୁବକ ଶିକ୍ଷିତ ଯୁବତୀଙ୍କୁ ଭୂଆଁ ବୁଲାଇ ୧୦୦ କୋଟି ଠକିଥିବା ଏପିଏସ ସଂସ୍ଥାର ଖଳନାୟକ ପୂର୍ବତନ ନୈାସେନା କର୍ମଚାରୀ ନୃସିଂହ ପ୍ରସାଦ ପଟ୍ଟନାୟକ ଗିରଫ । ମୁଦ୍ରିତ ପୁସ୍ତକକୁ ଇ-ପୁସ୍ତକରେ ରୁପାନ୍ତରିତ କରି ଟଙ୍କା ହାତେଇବାର ଷଢଯନ୍ତ୍ର କରିଥିଲେ କ୍ୟାପଟେନ୍ ନୃସିଂହ ପ୍ରସାଦ ପଟ୍ଟନାୟକ ।

ଆଉ ନୃସିଂହଙ୍କୁ ସହଯୋଗ କରିଥିଲେ ସଂସ୍ଥାର ଫାଇନାନ୍ସ ହେଡ୍ ମନୋଜା ମଞ୍ଜରୀ ପଣ୍ଡ । ଆଉ ତାଙ୍କୁ ସହଯୋଗ କରିଥିଲେ ସଂସ୍ଥାର ନିର୍ଦ୍ଦେଶକ ରାଘବେନ୍ଦ୍ର ସିଂହ ସାଲୁଜା, ମ୍ୟାନେଜର ରଜନୀକାନ୍ତ ବିଶ୍ୱାଳ, ଓଡ଼ିଶା ହେଡ୍ ନିଖିଳ ପ୍ରକାଶ । ଏବେ ନୃସିଂହ ଧରାପଡିବା ପରେ ଖୋଲିଛି ଠକେଇର ପୁରା ଗୁମର ।

ଏପିଏସ୍ ପ୍ରାଇଭେଟ ଲିମିଟେଡ୍ ୫୦୦ରୁ ଅଧିକ ଯୁବକ ଯୁବତୀଙ୍କ ଠାରୁ ଠକିନେଇଛିି ପ୍ରାୟ ୧୦୦କୋଟି ଟଙ୍କା । ଆଉ ଏହି କମ୍ପାନୀରେ ଟଙ୍କା ଲଗାଇବା ପାଇଁ ଶିକ୍ଷିତ ଯୁବକ ଯୁବତୀଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଉଥିଳେ ନୃସିଂହ । ପ୍ରତିବଦଳରେ ସିକ୍ୟୁରିଟି ମନି ବାବଦରେ ଜଣକ ପିଛା ନେଉଥିଲେ ୪ଲକ୍ଷରୁ ୮ଲକ୍ଷ ଟଙ୍କା । ଖାଲି ସାଧାରଣ ଯୁବକ ଯୁବତୀ ନୁହଁନ୍ତି ମିଥ୍ୟା ପ୍ରଲୋଭନ ଦେଖାଇ ସେନାର କିଛି କର୍ମଚାରୀଙ୍କ ଠାରୁ ବି ସେ ନେଇଛନ୍ତି ମୋଟା ଅଙ୍କର ଟଙ୍କା ।