ନକଲି ସିବିଆଇ ଅଫିସରଙ୍କୁ ଗିରଫ କଲା ନୟାଗଡ ପୋଲିସ ! ଲକ୍ଷ ଲକ୍ଷ ଟଙ୍କା, ସୁନାଗହଣା ହଡପ କରିଥିବା ଅଭିଯୋଗ

78

କନକ ବ୍ୟୁରୋ : ଜଣେ ନକଲି ସିବିଆଇ ଅଫିସରଙ୍କୁ ଗିରଫ କରିଛି ନୟାଗଡ ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଚାନ୍ଦପୁର ଫାଣ୍ଡି ଅନ୍ତର୍ଗତ ଓସ୍ତପଡା ଗାଁର ଶାରୀରିକ ଭିନ୍ନକ୍ଷମ ଯୁବକ ସୁକାନ୍ତ ପାଇକରାୟ । ସେ ନିଜକୁ ସିବିଆଇ ଅଫିସର ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ସୁନା ଗହଣା ହଡପ କରିଥିବା ଅଭିଯୋଗ ହୋଇଛି । ପୋଲିସ ସୁକାନ୍ତ ବ୍ୟବହାର କରୁଥିବା କାର ଓ ଠକେଇ ସୁନା ଜବତ କରିଛି । ଅଭିଯୁକ୍ତ ସୁକାନ୍ତ ନାଁର ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି । ପୂର୍ବରୁ ଥରେ ସେ ଜେଲ ମଧ୍ୟ ଯାଇଥିବା ପୋଲିସ ସୂଚନା ଦେଇଛି ।