ସାବଧାନ ! ଭାରତର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ’ ନାଁରେ ଚାଲିଛି ଠକେଇ । କେବିସିରୁ ଅମିତାଭ ବଚ୍ଚନ କହି ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା

42

ଭାରତର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ’ ହେଉଛି ‘କୌନ୍ ବନେଗା କରୋଡ଼ ପତି’(କେବିସି) । ଏହାର ୯ଟି ସିଜିନ୍ ହୋଷ୍ଟ କରିଆସୁଛନ୍ତି ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ । ଏହାର ୧୦ମ ସିଜନ୍ ଶୀଘ୍ର ଟିଭିରେ ଆରମ୍ଭ ହେବାକୁ ଯାଉଛି ଓ ଏହି ଶୋ ନାମରେ ଠକ ମାନେ ନିଜର ବ୍ୟବସାୟ ଆରମ୍ଭ କରିଦେଲେଣି । ଏହି ସୋ’ର ନାଁ ନେଇ କିଛି ଦୁର୍ବୃତ୍ତ ଲୋକମାନଙ୍କୁ ଠକୁଥିବା ଜଣାପଡ଼ିଛି । ସିଜିନ୍-୧୦ ଆରମ୍ଭ ହେବା ପୂର୍ବରୁ ଏପରି ଘଟୁଥିବା ଜାଣି ଏବେ ଦର୍ଶକ ଚିନ୍ତାରେ । ଦୁର୍ବୃତ୍ତମାନେ ଲୋକମାନଙ୍କୁ ଫୋନ କରି ଗେମ୍ ଖେଳିବାକୁ କହିବା ସହ ଲକି ଡ୍ର ଜିତିବା ନାମରେ ସେମାନଙ୍କୁ ଠକୁଥିବା ଜଣାପଡ଼ିଛି । ଏହି ମାମଲାରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରି ଯାଂଚ ପ୍ରକ୍ରିୟା ଆରମ୍ଭ କରିଦେଲାଣି ।

ସୂଚନା ମୁତାବକ, ଦୁର୍ବୃତ୍ତମାନେ ଲୋକମାନଙ୍କୁ ଫୋନ କରି କେବିସି ତରଫରୁ କହୁଛୁ କହି ଆପଣ ୨୫ଲକ୍ଷ ଟଙ୍କା ଜିତିଛନ୍ତି ବୋଲି ଜଣାଉଛନ୍ତି । ଏହା ସହ ଏହି ଟଙ୍କା ଦେବା ପାଇଁ ସେମାନେ ଲୋକମାନଙ୍କୁ ୮ହଜାର ଟଙ୍କା ଟ୍ୟାକ୍ସ, ପ୍ରୋସେସିଙ୍ଗ ଫି ଏବଂ ସିକ୍ୟୁରିଟି ପାଇଁ ୨୫ହଜାର ଟଙ୍କା ଜମା କରିବା ପାଇଁ କହୁଛନ୍ତି ।ଏହି ଟଙ୍କା ସେମାନଙ୍କୁ ଫେରାଇ ଦିଆଯିବ ବୋଲି କହି ପରେ ଦିଆଯାଉ ନାହିଁ । ପ୍ରଥମେ ଜଣେ ଏ ନେଇ ଅଭିଯୋଗ କରିଥିଲେ । ତାଙ୍କୁ ଏପରି ଫୋନ ଆସିବା ପରେ ୨୫ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା । କିନ୍ତୁ ପରେ ତାଙ୍କୁ ନା ୨୫ହଜାର ଟଙ୍କା ମିଳିଥିଲା ନା ଜିତିଥିବା ଟଙ୍କା । ଏହା ପ୍ରଥମ ନୁହେଁ, ୨୦୧୨ ଏବଂ ୨୦୧୪ରେ ମଧ୍ୟ ଏପରି ଠକାମିର ଶିକାର ହୋଇ ସାରିଛନ୍ତି ଲୋକମାନେ ।