ବଦନାମ ବାବାଙ୍କ ଦ୍ୱିତୀୟ ତାଲିକା ଦେଲା ଅଖିଳ ଭାରତୀୟ ଆଖଡା ପରିଷଦ ! ତାଲିକାରେ ବୀରେନ୍ଦ୍ର ଦିକ୍ଷିତ, ସଚ୍ଚିଦାନନ୍ଦ ସରସ୍ୱତୀ ଓ ତ୍ରିକାଳ ଭବନ୍ତା

57

କନକ ବ୍ୟୁରୋ: ଅଖିଳ ଭାରତୀୟ ଆଖାଡା ପରିଷଦ ଆଉ ତିନି ଜଣ ବାବାଙ୍କୁ ଭଣ୍ଡ ବୋଲି ଘୋଷଣା କରିଛି । ଦିଲ୍ଲୀର ବିରେନ୍ଦ୍ର ଦୀକ୍ଷିତ ଓରଫ କାଲନେମି, ବସ୍ତରର ସଚ୍ଚିଦାନନ୍ଦ ସରସ୍ୱତୀ ଓ ଆହ୍ଲାବାଦର ସାଧ୍ୱୀ ତ୍ରିକାଲ ଭବନ୍ତାଙ୍କୁ ଭଣ୍ଡ ଘୋଷଣା କରାଯାଇଛି । ସେହିପରି କୋର୍ଟ ରାୟ ଆସିବା ଯାଏଁ ରାଜସ୍ଥାନ ଅଲବାରର ଫଳହାରୀ ବାବାଙ୍କୁ ନିଲମ୍ବିତ କରିଛି ଆଖାଡା ପରିଷଦ ।

ଆହ୍ଲାବାଦ ମଠ ବାଘମ୍ବରୀ ଗଦ୍ଦି ଠାରେ ଆୟୋଜିତ ୧୩ ଆଖାଡା ପରିଷଦର ପଦାଧିକାରୀଙ୍କ ବୈଠକରେ ଏହି ଘୋଷଣା କରାଯାଇଛି । ଆଖାଡା ପରିଷଦ ଅଧ୍ୟକ୍ଷ ସ୍ୱାମୀ ନରେନ୍ଦ୍ର ଗିରିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତିକୁ ସମସ୍ତେ ସମ୍ମତି ଦେଇଛନ୍ତି । ଆଗକୁ ଭଣ୍ଡ ଘୋଷିତ ବାବାଙ୍କୁ ସନ୍ଥ ସମାଜର କୌଣସି ଧାର୍ମିକ ଆୟୋଜନରେ ସାମିଲ କରାଯିବ ନାହିଁ । ସେ ମାଘ ମେଳା ହେଉ ବା କୁମ୍ଭ ମେଳା ।