ଉପରାଷ୍ଟ୍ରପତିଙ୍କୁ ଠକିଦେଲା ବିଜ୍ଞାପନ ! ଓଜନ କମାଇବା ପାଇଁ ଭେଙ୍କେୟା ଅର୍ଡର କରିଥିଲେ ଔଷଧ, ମିଳିଲା ଖାଲି ଖୋଳ

83

ଆଧୁନିକ ଶିକ୍ଷିତ ସମାଜରେ ଏବେ ଠକାମି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି । କେବଳ ସାଧାରଣ ଲୋକ ଠକାମିର ଶିକାର ହୁଅନ୍ତି ତାହା ନୁହେଁ ବରଂ ବଡ ବଡ ଲୋକ ମଧ୍ୟ ଠକାମିର ଶିକାର ହୋଇଥାନ୍ତି । ଆଉ ଏଥିରୁ ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ବାଦ ପଡିନାହାନ୍ତି । ତେବେ କିଭଳି ଭାବେ ଭେଙ୍କେୟା ଠକାମିର ଶିକାର ହୋଇଥିଲେ ସେନେଇ ରାଜ୍ୟସଭାରେ ମୁହଁ ଖୋଲଛନ୍ତି । ଭେଙ୍କୟା ଭାଷଣ ଦେଉଥିବା ସମୟରେ କିଭଳି ଭାବେ ବିଜ୍ଞାପନ ଯୋଗୁଁ ଠକାମିର ଶିକାର ହୋଇଥିଲେ ସେହି ବିଷୟରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଜଣାଇଥିଲେ ।

indexଠକାମିର ଶିକାର ହେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବିଜ୍ଞାପନ ଦେଖି ଠକାମିର ଶିକାର ହେଲେ ଭେଙ୍କୟା । ଓଜନ ହ୍ରାସ କରିବାକୁ ବିଜ୍ଞାପନ ଦେଉଥିବା ଏକ କମ୍ପାନି ନାଇଡୁଙ୍କୁ ନିଜ ଜାଲରେ ଫସାଇ ବେଶ ସହଜରେ ଠକି ଦେଇଛି । ନାଇଡୁ କହିଛନ୍ତି, ଉପରାଷ୍ଟ୍ରପତି ହେବା ପରେ ସେ ଟିଭିରେ ଓଜନ ହ୍ରାସ କରିବା ପାଇଁ ଏକ ବିଜ୍ଞାପନ ଦେଖିଥିଲେ । ଏପରିକି କମ୍ପାନୀ ପକ୍ଷରୁ ମିଳୁଥିବା ଔଷଧ ଖାଇବା ଦ୍ୱାରା ୨୮ ଦିନ ମଧ୍ୟରେ ଓଜନ ହ୍ରାସ ହେବ ବୋଲି ବିଜ୍ଞାପନରେ କୁହାଯାଇଥିଲା । ଏହା ଦେଖିବା ପରେ ବିଜ୍ଞାପନର ସତ୍ୟତା ଜାଣିବା ପାଇଁ କିଛି ପଇସା ଦେଇ ଔଷଧ ଅର୍ଡର କରିଥିଲେ । କିନ୍ତୁ ଖୋଳ ଖୋଲିବା ପରେ ଆଶ୍ଚଯ୍ୟ ହୋଇଯାଇଥିଲେ ଭେଙ୍କେୟା । କାରଣ ଏକ ହଜାରରୁ ଅଧିକ ଟଙ୍କା ଦେଲା ପରେ ଅସଲି ଔଷଧ ମିଳିବ ବୋଲି ଔଷଧ ଖୋଳରେ ଲେଖାଥିଲା ।

Advertisement targetବିଜ୍ଞାପନ ଦେଖି ଠକାମିର ଶିକାର ହେବା ପରେ ଏନେଇ ଉପଭୋକ୍ତା ବିଭାଗରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଯାଞ୍ଚ ପରେ ଜଣା ପଡିଥିଲା ବିଜ୍ଞାପନରେ ଯେଉଁ କମ୍ପାନୀକୁ ଦିଲ୍ଲୀର କମ୍ପାନି ବୋଲି କୁହାଯାଉଥିଲା ତାହା ବାସ୍ତବରେ ଆମେରିକାର ଏକ କମ୍ପାନି ଥିଲା । ଏହାହିଁ ସୂଚାଉଥିଲା କି ଠକ ମାନେ କେବଳ ସାଧାରଣ ଲୋକ ନୁହେଁ ବଡ ବଡ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମଧ୍ୟ ଠକାମିର ଶିକାର କରିବାକୁ ପଛାଉନାହାନ୍ତି ।

ଶୁକ୍ରବାର ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ନରେଶ ଅଗ୍ରୱାଲ ବଜାରରେ ମିଳୁଥିବା ଅପମିଶ୍ରିତ ଖାଦ୍ୟ ଓ ନକଲି ସାମଗ୍ରୀକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିିକି ବିଜ୍ଞାପନରେ ଏଭଳି ସାମଗ୍ରୀକୁ ଅସଲି ଦେଖାଇବା ସହ ଗ୍ରାହକଙ୍କୁ ପ୍ରଲୋଭିତ କରୁଛନ୍ତି । ତେଣୁ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ଉଚିତ ବୋଲି ନରେଶ କହିଥିଲେ । ଏହାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଥିଲେ, ବିଜ୍ଞାପନ ଯୋଗୁଁ ସେ ମଧ୍ୟ ଠକାମୀର ଶିକାର ହୋଇଛନ୍ତି ।

ତେବେ ଏନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନ କହିଛନ୍ତି, ଏହି ବାବଦରେ ସରକାର ଏକ ବିଲ ଆଣୁଛନ୍ତି ।ଯାହାଦ୍ୱାରା ନକଲି କମ୍ପାନି ଓ ବିଜ୍ଞାପନରୁ ଗ୍ରାହକ ରକ୍ଷା ପାଇପାରିବେ । ଏବେ ଦେଶରେ ୧୯୮୬ ମସିହାରେ ପ୍ରଚଳିତ ହୋଇଥିବା ଆଇନ ଅନୁଯାୟୀ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି । ଯାହାକି ବହୁତ ପୁରୁଣା । ତେଣୁ ଏହି ଆଇନରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ତେଣୁ ଖୁବଶୀଘ୍ର ନୂଆ ବିଧେୟକ ସଂସଦରେ ଉପସ୍ଥାପନ କରାଯିବ ବୋଲି ପାଶୱାନ କହିଛନ୍ତି । ଯାହାଦ୍ୱାରା ନକଲି ବିଜ୍ଞାପନ ଦ୍ୱାରା ହେଉଥିବା ଠକେଇକୁ ରୋକା ଯାଇପାରିବ ।