କୁକୁର ପାଇଁ ବଞ୍ଚିଗଲା ଜୀବନ ! ସ୍ୱାସ୍ଥ୍ୟବସ୍ଥା ଖରାବ ହେବା ଦେଖି ମାଲିକକୁ ନେଲା ମେଡିକାଲ, ଭିଡିଓ ଭାଇରାଲ ।

69

କୁକୁର ଗୋଟିଏ ଗୃହପାଳିତ ପଶୁ ହୋଇଥାଏ । ଆଜିକାଲି ପ୍ରତିଟି ଘରେ ଲୋକମାନେ କୁକୁର ପାଳୁଥିବା ଦେଖିବାକୁ ମିଳିଥାଏ । କୁକୁର ଲୋକମାନଙ୍କ ପାଇଁ ବିଶ୍ୱାସ ଯୋଗ୍ୟ ପଶୁ ହୋଇଥିବାରୁ ଏହାକୁ ସମସ୍ତେ ଘରେ ପାଳିବାକୁ ଭଲ ପାଇଥାନ୍ତି । ଅନେକ ସମୟରେ କୁକୁର ତା ମାଲିକର ଜୀବନ ବଞ୍ଚାଇଥିବା କଥା ଶୁଣିବାକୁ ଏବଂ ଦେଖିବାକୁ ମଧ୍ୟ ମିଳିଛି । ମାଲିକର ଜୀବନ ବଞ୍ଚାଇବା ପାଇଁ କୁକୁର ତା’ର ଜୀବନ ମଧ୍ୟ ଦେଇଥିବା ଅନେକ ଘଟଣା ଶୁଣିବାକୁ ମିଳିଛି । ଠିକ ସେହିଭଳି ଚୀନରେ ମଧ୍ୟ ପୋଷା କୁକୁର ତା ମାଲିକକୁ ମେଡିକାଲ ନେଇଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ସୂଚନା ମୁତାବକ, ଚୀନ ହିଲୋଗଞ୍ଜିଆଙ୍ଗର ଡାକିଂରେ ଜଣେ ମହିଳା ରାସ୍ତାରେ ବେହୋସ ହୋଇଯାଇଥିଲେ । ସାଙ୍ଗରେ କେବଳ ତାଙ୍କ ପୋଷା କୁକୁର ଥାଏ । ମାଲିକାଣି ବେହୋସ ହୋଇଯିବା ଦେଖି କୁକୁର ଚିନ୍ତାରେ ପଡିଯାଇଥିଲା । କିନ୍ତୁ କୌଣସି ପରିସ୍ଥିତିରେ ବି ସେ ତା ମାଲିକାଣିକୁ ଛାଡି ଯାଇନଥିଲା । ପରେ ସ୍ଥାନିୟ ଲୋକ ଆମ୍ବୁଲାନ୍ସକୁ କଲ୍ କରିବା ପରେ ସେଠାରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା । ପ୍ରଥମେ ନର୍ସ ମାନେ କୁକୁରକୁ ଦେଖି ଡରିଯାଇଥିଲେ । କିନ୍ତୁ ପରେ କୁକୁର ତା ମାଲିକାଣିକୁ ବଞ୍ଚାଇବା ପାଇଁ ଚିନ୍ତାରେ ଥିବା କଥା ନର୍ସ ଜାଣିପାରିଥିଲେ । କାରଣ ମହିଳା ଜଣଙ୍କୁ ଯେତେବେଳେ ଷ୍ଟ୍ରେଚରରେ ଶୁଆଇ ନିଆଯାଉଥିଲା ସେତେବେଳେ କୁକୁର ତା ମାଲିକାଣିର ହାତକୁ ଧରୁତିଲା ଏବଂ ତା ହାତକୁ ଚାଟୁଥିଲା । ଏହା ଦେଖି ନର୍ସ ଜାଣିପାରିଥିଲେ କୁକୁର ତା ମାଲିକାଣି ପାଇଁ ସତେରେ ଚିନ୍ତିତ ଅଛି । ପରେ ମହିଳାଙ୍କୁ ଯେତେବେଳେ ଆମ୍ବୁଲାନ୍ସକୁ ନିଆଗଲା ତାଙ୍କ ସହ କୁକୁର ମଧ୍ୟ ଆମ୍ବୁଲାନ୍ସରେ ବସି ଯାଇଥିଲା ।

ନର୍ସଙ୍କ କହିବା ଅନୁସାରେ, ସେ ଘଟଣା ସ୍ଥଳରେ ପହଞ୍ଚି ଦେଖିଥିଲେ କୁକୁର ମହିଳାଙ୍କ ପାଖରେ ବୁଲୁଥିଲା । କୁକୁରକୁ ଦେଖି ପ୍ରଥମେ ଲାଗିଲା ସେ ସମସ୍ତଙ୍କ ଉପରକୁ ଆକ୍ରମଣ କରିବ କିନ୍ତୁ ମହିଳାଙ୍କ ପାଖରେ ମେଡିକାଲ ଟିମ ପହଞ୍ଚିବା ମାତ୍ରେ କୁକୁର ସାନ୍ତ ହୋଇ ମହିଳାଙ୍କ ହାତକୁ ଧରି ବସିରହିଲା । ସତେ ଯେପରି ଜଣେ ମଣିଷ ତାର ଜଣେ ଘନିଷ୍ଟ ବନ୍ଧୁଙ୍କ ପାଇଁ ଚିନ୍ତାରେ ଅଛି । ଆମ୍ବୁଲାନ୍ସରେ କୁକୁରକୁ ନେବା ନିଷେଧ ଅଟେ କିନ୍ତୁ କୁକୁରର ମାଲିକ ପ୍ରତି ଥିବା ଚିନ୍ତାକୁ ଦେଖି ତାକୁ ଆମ୍ବୁଲାନ୍ସରେ ମେଡିକାଲ ଆସିକାକୁ ଦିଆଗଲା । ସେପଟେ ହେଡ୍ ନର୍ସଙ୍କ କହିବା ଅନୁସାରେ ମହିଳାଙ୍କ ହୋସ ଆସିବା ପରେ କୁକୁର ତା ମାଲିକାଣି ଉପରେ ଆସି ନଦି ହୋଇଯିବା ସହ ତାଙ୍କୁ ବହୁତ ସ୍ନେହ କରିଥିଲା ।