୫ ବର୍ଷର କୁନି ଝିଅ ପାଇଁ ଇଣ୍ଟରନେଟ ଗେମ୍ ହେଲା କାଳ ! ଜଳିଗଲା ଅଧାରୁ ଅଧିକ ଶରୀର

143

ଆଜିକାଲିର ପିଲାମାନେ କେତେ ବିଚକ୍ଷଣ ସେକଥା ଆଲୋଚନା କରିବା କହିବା ଦରକାର ନାହିଁ ।  ଆପଣ ବି ଏମିତି କିଛି ପିଲାଙ୍କ ସହ ମିଶିଥିବେ ଯିଏ ସର୍ବପ୍ରଥମେ ପଚାରିବେ ଆପଣଙ୍କ ଫୋନରେ ଗେମ କ’ଣ ଅଛି । କିନ୍ତୁ ଗେମ ଖେଳିବା କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ ସେକଥା କେହି ଭାବି ପାରିବେ ନାହିଁ ।

ii୫ବର୍ଷର ଏକ ଝିଅ ଇଣ୍ଟରନେଟରେ ରସିଆନ ଗେମ ଖେଳୁଥିବା ବେଳ ଏମିତ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛିି ଯେ ତା’ର ପୁରା ଶରୀର ପୋଡି ଯାଇଛି । ପ୍ରକୃତ କଥା ହେଲା ଗେମ ଖେଳିବା ସମୟରେ କୁନି ଝିଅ ସୋଫିଆ ଇଜହୋବା ଇଣ୍ଟରନେଟଳୁ ପଚାରିଲା ମୁଁ କିପରି ପରୀ ହୋଇ ପାରିବି । ତା’ପରେ ଇଣ୍ଟରନେଟ ଯେଉଁ ସବୁ ଉତ୍ତର ଦେଇଥିଲା ତାକୁ ମାନି କୁନି ଝିଅଟି ଏପରି ଦୁର୍ଘଟଣାରେ ଶିକାର ହୋଇଗଲା ।

ଇଣ୍ଟରନେଟ ଗେମ ସୋ’ ସୋଫିଆର ପ୍ରଶ୍ନର ଉତ୍ତରରେ କହିଥିଲା ‘ରାତିରେ ଯେବେ ସମସ୍ତେ ଶୋଇ ଯିବେ ସେତେବେଳେ ଚୁପଚାପ ବିଛଣାରୁ ଉଠି ନିଜର ରୁମରେ ତିନ ଘେରା ବୁଲନ୍ତୁ । ତା’ପରେ ୩ ଟି ଯାଦୁର ଶବ୍ଦ କୁହନ୍ତୁ ଏବଂ ରୋଷେଇ ଘରକୁ ଯାଇ ଗ୍ୟାସ ଷ୍ଟୋଭ ଲଗାଇ ଶୋଇ ଯାଅ ତା’ପରେ ସକାଳେ ଦେଖିବ ତୁମେ ଅଗ୍ନିପରୀ ହୋଇ ଯାଇଥିବ ।

ଯେତେବେଳେ ଗ୍ୟାସ ଜଳିବାର ବାସ୍ନା ଆସିଲା କୁନି ଛିଅର ମା’ ଉଠି ରୋଷେଇ ଘରକୁ ଗଲେ ଏବଂ ସେଠାରେ ଯାହା ଦେଖିଲେ ସେ ଡରି ଯାଇଥଲେ । ସେ ଦେଖିଲେ ସୋଫିଆର ଶରୀର ଅଧାରୁ ଅଧିକ ଜଳି ସାରିଥିଲା । ତେଣୁ ପିଲାମାନେ ଫୋନରେ କ’ଣ କରୁଛନ୍ତି, କେଉଁ ଗେମ ଖେଳୁଛନ୍ତି ସେକଥା ଧ୍ୟାନ ଦେବା ବାପା ମା’ଙ୍କ କର୍ତ୍ତବ୍ୟ । ଇଣ୍ଟରନେଟ ଯୁଗରେ ସେମାନେ ଅଧିକ ସଚେତନ ହେବା ଜରୁରୀ, ନହେଲେ ଏପରି କିଛି ଦୁର୍ଘଟଣାର ଶିକାର ହେବାର ସମ୍ଭାବନା ରହିଛି ।