ଯାଦୁଗରଙ୍କ ଯାଦୁଗରୀ ! କେଇ ମୁହୂର୍ତ୍ତରେ ଅଦୃଶ୍ୟ କରିଦେଲେ ପ୍ରେମର ପ୍ରତୀକ ।

58

ବିଶ୍ୱରେ ଥିବା ସପ୍ତମ ଆଶ୍ଚର୍ୟ୍ୟ ମଧ୍ୟରୁ ଆଗ୍ରାର ତାଜମହଲ ଅନ୍ୟତମ। ତାଜମହଲ ସଂପର୍କିତ ଏପରି ଗୁଡ଼ାଏ ତଥ୍ୟ ଅଛି ଯାହା ସବୁ ଲୋକ ଜାଣନ୍ତି ନାହିଁ। ସେପରି କିଛି ତଥ୍ୟ ଆଜି ଆମେ ନିମ୍ନରେ ଆଲୋଚନା କରିଛୁ।

– ବିଭିନ୍ନ ଦେଶରୁ ଆସିଥିବା ସମୁଦାୟ ୨୮ ପ୍ରକାରର ଦାମିକିଆ ପଥର ତାଜମହଲରେ ବ୍ୟବହୃତ ହୋଇଛି।

– ଭୂମିକମ୍ପକରୁ ସୁରକ୍ଷା ଦେବା ଲକ୍ଷ୍ୟରେ ତାଜମହଲ ୪ଟି ମିନାରକୁ ଟିକେ ଅଣେଇକି ତିଆରି କରାଯାଇଛି। ଫଳରେ ଯେତେ ଭୂକମ୍ପ ହେଲେ ବି ଏହା ଠଳିପଡ଼ିବ ନାହିଁ।

– ଗୋଟାଏ ଦିନରେ ତାଜମହଲ ତିନି ପ୍ରକାରର ରଂଗ ପରିବର୍ତ୍ତନ କରେ। ଏହା ଜଣେ ନାରୀର ମନ ପରିବର୍ତ୍ତନକୁ ସୂଚୀତ କରେ।

–ତାଜମହଲର ଏକ କାନ୍ଥରେ ଆଲ୍ଲାଙ୍କର ୯୯ ନାମ ଖୋଦେଇ କରାଯାଇଛି, ଏହା ହୁଏତ ଆପଣ କେବେ ନଜର କରିନଥିବେ।

– ଶାହାଜାହାନ ଏକ କଳା ତାଜମହଲ ନିର୍ମାଣ କରିବା ଲକ୍ଷ୍ୟ ବି ରଖିଥିଲେ, ମାତ୍ର ଦୁଇଟି ତାଜମହଲ ହେଲେ ଗୁରୁତ୍ୱ କମ୍ ହୋଇଯିବ ଭାବ ପରବର୍ତ୍ତି ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ।

– ତାଜମହଲ ତିଆରି ସଂପୂର୍ଣ୍ଣ ହେବାକୁ ଦୀର୍ଘ ୨୨ ବର୍ଷ ସମୟ ଲାଗିଥିଲା।

– ବିଶ୍ୱାସ ରହିଛି ଯେ ତାଜମହଲରେ ଥିବା ଗୁପ୍ତ ଗୃହ ଦୁଆର ଦେଇ ସେ ସମୟରେ ଶାହାଜାହାନ ଯିବା ଆସିବା କରୁଥିଲେ।

– ତାଜମହଲର ବାହାର ପାର୍ଶ୍ୱରେ ଶାହାଜାହାନଙ୍କ ଅନ୍ୟ ପତ୍ନୀଙ୍କୁ ମଧ୍ୟ ପୋତା ଯାଇଛି।

– ତାଜମହଲ ନିର୍ମାଣ ବେଳେ ୧୦୦୦ ରୁ ଊର୍ଧ୍ୱ ହାତୀ ବ୍ୟବହୃତ ହୋଇଥିଲେ।

– ୨୦୦୦ ମସିହାରେ ଯାଦୁକର ପିସି ସରକାର ତାଜମହଲକୁ ତାଙ୍କ ଯାଦୁରେ ଅଦୃଶ୍ୟ କରାଇ ଦେଇଥିଲେ।