ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୁହା ଘଟଣା : କଳାହାଣ୍ଡିରେ ପହଂଚିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

18

କଳାହାଣ୍ଡି :  କଳାହାଣ୍ଡିରେ ଦାନ ମାଝି ସ୍ତ୍ରୀର ଶବକୁ କାନ୍ଧରେ ବୋହିବା ଘଟଣାର ଅନୁଧ୍ୟାନ ପାଇଁ କଳାହାଣ୍ଡିରେ ପହଂଚିଛି ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ବିଧାୟକ ରବି ନାୟକଙ୍କ ନେତୃତ୍ୱରେ ବିଜେପିର ଏକ ୮ ଜଣିଆ ଟିମ୍ ଦାନ ମାଝୀଙ୍କୁ ଭେଟିବା ସହ ଘଟଣା ନେଇ ପଚରାଉଚୁରା କରିବ । ବିଜେପିର ଏହି ଅନୁସନ୍ଧାନକାରୀ ଦଳ ଘଟଣାରେ ସଂପୃକ୍ତ ସବୁପକ୍ଷର ଲୋକଙ୍କ ସହ ଆଲୋଚନା କରି ରାଜ୍ୟ ସଭାପତିଙ୍କୁ ଏକ ରିପୋର୍ଟ ଦେବ। ଏହି ରିପୋର୍ଟ ସଂପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ୮ ଜଣିଆ ଟିମରେ ଅଛନ୍ତି ପ୍ରଦୀପ ପୁରୋହିତ, ରଂଜନ ପଟେଲ, ପ୍ରଦୀପ୍ତ ନାୟକ, ଶିବ ଶଙ୍କର ଉଲାକା, ସନ୍ତୋଷ ଅମାତ, ନମିତା ରାଣୀ ସାହୁ ଏବଂ ଆର୍ତତ୍ରାଣ ମାହାପାତ୍ର।