ଡାଉନ ହେଲା ଫେସବୁକ୍ ଓ ହ୍ୱାଟସଆପ ସର୍ଭର । ଡାଉନଲୋଡ ହେଉନାହିଁ ଫଟୋ କିମ୍ବା ଭିଡ଼ିଓ, ସମସ୍ୟା ଜଣାଇବାକୁ ଟ୍ୱିଟରର ସାହାରା ନେଲେ ୟୁଜର୍ସ

1,170

ବିଶ୍ୱର ଅଧିକାଂଶ ସ୍ଥାନରେ ଡାଉନ ହେଲା ସୋସିଆଲ ମିଡିଆ ଆପ୍ । ଫେସବୁକ୍, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ବିଶ୍ୱର ଅଧିକାଂଶ ସ୍ଥାନରେ ଡାଉନ ରହିଛି । ଏନେଇ ଟ୍ୱିଟରରେ ଫେସବୁକ ଓ ହ୍ୱାଟସଆପ ଡାଉନ ଥିବା ଫଟୋ ସେୟାର କରୁଛନ୍ତି ୟୁଜର୍ସ । ଆଜି ସନ୍ଧ୍ୟାରୁ ଭାରତ ସମେତ ଅନେକ ସ୍ଥାନରେ ଫେସବୁକ ଓ ହ୍ୱାଟସଆପ ଏକରକମ ଠପ୍ ହୋଇଯାଇଛି । କୌଣସି ଫଟୋ କିମ୍ବା ପୋଷ୍ଟ ସେୟାର ହୋଇପାରୁନାହିଁ ।

କିଛି ସ୍ଥାନରେ ୟୁଜର୍ସ ଫେସବୁକ ଲଗ୍ ଇନ୍ କରିପାରୁନଥିବା ବେଳେ କିଛି ଲୋକ ଫେସବୁକରେ କୌଣସି ପୋଷ୍ଟ ଦେଖିପାରୁନାହାନ୍ତି । ଏପରିକି ହ୍ୱାଟସଆପରେ ମଧ୍ୟ ଫଟୋ ଡାଉନଲୋଡ ହୋଇପାରୁନଥିବା ବେଳେ ମେସେଜ ମଧ୍ୟ ପଠାଇ ହେଉନାହିଁ । ଆଉ ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ୟୁଜର୍ସ ଟ୍ୱିଟରରେ ହ୍ୱାଟସଆପ ଓ ଫେସବୁକ ଡାଉନ ହ୍ୟାସଟ୍ୟାଗ୍ ଦେଇ ଫଟୋ ସେୟାର କରୁଛନ୍ତି ।

ଏହି ସମସ୍ୟାକୁ ନେଇ ଉଭୟ ଫେସବୁକ ଓ ହ୍ୱାଟସଆପ୍ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏହା ପ୍ରଥମଥର ପାଇଁ ନୁହେଁ ଯେତେବେଳେ ଫେସବୁକ ଓ ହ୍ୱାଟସଆପ ସର୍ଭର ଡାଉନ ହୋଇଛି । ଏହାପୂର୍ବରୁ ବାରମ୍ବାର ଫେସବୁକ୍ ଓ ହ୍ୱାଟସଆପ ସର୍ଭର ଡାଉନ ହୋଇଛି । କିନ୍ତୁ ଏତେ ସମୟ ଧରି ଫେସବୁକ ଓ ହ୍ୱାଟସଆପ ସର୍ଭର ଡାଉନ ରହିଥିଲେ ମଧ୍ୟ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ନ ମିଳିବା ୟୁର୍ଜସଙ୍କ ଚିନ୍ତା ବଢାଇଛି ।