ଆପଣ ପ୍ରକୃତ ୟୁଜର ନା ନାହିଁ ଫେସବୁକ କରିବ ଯାଂଚ ! ଆପଣଙ୍କୁ ଦେବାକୁ ହେବ ନିଜର ଅସଲି ଫଟୋ , ନଦେଲେ ବନ୍ଦ ହୋଇଯିବ ଆକାଉଣ୍ଟ

57

ଯଦି ଆପଣ ସୋସିଆଲ ନେଟୱର୍କିଂ ସାଇଟ୍ ଫେସବୁକର ୟୁଜର ତ ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଖାସ୍ ଖବର । ଫେସବୁକ୍ ନିଜର ଦୁଇ ଅରବ ଠାରୁ ଅଧିିକ ୟୁଜରଙ୍କୁ ସେମାନଙ୍କର ଫଟୋ ମାଗିବ । ଆପଣ ଭାବୁଥିବେ ଏମିତି କାହିଁକି କରାଯାଉଛିି ? ନିଜର ୟୁଜରଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହା ଏଥିପାଇଁ ଫେସବୁକ୍ ଟିମ୍ କରୁଛନ୍ତି । ଫେସବୁକ୍ ଖୁବ୍ ଶୀଘ୍ର ଲଗଇନ୍ ସହ ନିଜର କ୍ଲିଅର ଫଟୋ ଅପଲୋଡ୍ କରିବାକୁ କହିବ । କ୍ଲିଅର ଫଟୋର ଅର୍ଥ ସେହି ଫଟୋରେ ଆପଣଙ୍କର ଚେହେରା ଭଲଭାବରେ ନଜର ଆସୁଥିବ । ଯଦି ଫଟୋ ନ ଦିଅନ୍ତି ତ ଫେସବୁକ୍ ଏମିତି ୟୁଜରଙ୍କ ଆକାଉଣ୍ଟକୁ ବନ୍ଦ କରିପାରନ୍ତି।

ଦ ୱାଇଡ୍ ର ରିପୋର୍ଟ ଅନୁସାରେ , ଫେସବୁକ୍ ଏବେ ନିଜର ୟୁଜରଙ୍କ ସୁରକ୍ଷା ପାଇଁ କ୍ୟାପଚାର ବ୍ୟବହାର କରିବ । ଏହି କ୍ୟାପଚା ଆପଣଙ୍କ ଫଟୋ ହେବ । ଯେଉଁଥିରୁ ଏହା ସୁନିଶ୍ଚିତ କରାଯାଇପାରିବ କି ଫେସବୁକ୍ ୟୁଜର ହ୍ୟୁମନ କି ରୋବଟ୍ । ଫେସବୁକ୍ ର ଏହି ନୂଆ ଫିଚରର ସୂଚନା ସେତେବେଳେ ହେଲା ଯେତେବେଳେ ନିକଟରେ ଜଣେ ୟୁଜର ଟ୍ୱିଟରରେ ଏହି ନୂଆ ଫିଚରର ସ୍କ୍ରିନ୍ସସଟ୍ ଶେୟାର କରିଥିଲେ ।

ଏଥିରେ କୁହାଯାଇଛି , ‘ଦୟାକରି ଆପଣଙ୍କର ଫଟୋ ଅପଲୋଡ୍ କରନ୍ତୁ । ଯେଉଁଥିରେ ଆପଣଙ୍କର ଚେହେରା ଭଲ ଭାବେ ନଜର ଆସୁଥିବ । ଆମେ ଏହାର ବାସ୍ତବତାକୁ ଅନୁଧ୍ୟାନ କରିବୁ । ଏବଂ ଏହାପରେ ସବୁଦିନ ପାଇଁ ଏହାକୁ ଡିଲିଟ୍ କରିଦେବୁ । ’ ଫେସବୁକ୍ ପରେ ଏହି ଫିଚରକୁ କନଫର୍ମ କରି କହିଛି ‘ଫେସବୁକରେ ସନ୍ଦିଗ୍ଧ ଗତିବିଧିଗୁଡିକୁ ଯାଂଚ କରାଯିବା ’

ଏହି ଫିଚର ଜରିଆରେ ଫେସବୁକ୍ ସନ୍ଦିଗ୍ଧ ଗତିବିଧିଗୁଡିକୁ ଚିହ୍ନିବ । ଆକାଉଣ୍ଟର ଭେରିଫିକେସନ ପାଇଁ ଫେସବୁକ୍ ଦେଖିବ ଏହି ଫଟୋ ସ୍ୱତନ୍ତ୍ର ନା ନାହିଁ । ଫଟୋ ଦେବା ପରେ ୟୁଜରଙ୍କ ଆକାଉଣ୍ଟ ଲଗଆଉଟ୍ ହୋଇଯିବା ଏବଂ ଏକ ମେସେଜ ନଜର ଆସିବ । ଯେଉଁଥିରେ ଲେଖା ହେବ ‘ଆପଣ ଏବେ ଲଗଇନ୍ କରିପାରିବେ ନାହିଁ । ଆମେ ଆପଣଙ୍କ ଫଟୋର ସମୀକ୍ଷା କରିବା ପରେ ଆପଣଙ୍କୁ ସୂଚନା ଦେବୁ । ସୁରକ୍ଷା ସାବଧାନତା ପାଇଁ ଆପଣଙ୍କ ଫେସବୁକ ଲଗଆଉଟ୍ କରାଯାଉଛିା ’

ଉଲ୍ଲେଖନୀୟ ଯେ,ଏହା ୟୁଜରଙ୍କ ସୁରକ୍ଷା ପାଇଁ ଏମିତି ଫେସବୁକ୍ କରିଛି । ଏହା ସେହି ୟୁଜରଙ୍କୁ ସମସ୍ୟାରେ ପକାଇବ ଯେଉଁମାନେ ନିଜର ଫଟୋ ଦେବାକୁ ପସନ୍ଦ କରୁନାହାଁନ୍ତି ।

( ସୌଜନ୍ୟ-ଗିଜବଟ୍)