ଫେସବୁକ ଲଞ୍ଚ କଲା ନୂଆ ଫିଚର ! ୱାଇ-ଫାଇ ଖୋଜିବାରେ କରିବ ସାହାଯ୍ୟ

74

ଫେସବୁକ ଏବେ ନିଜ ଗ୍ରାହକଙ୍କୁ ଆଖପାଖରେ ଥିବା ୱାଇଫାଇ କନେକ୍ସନ, ହଟସ୍ପଟକୁ ଖୋଜିବାରେ ସାହାଯ୍ୟ କରିବ  । ଫେସବୁକ ଗତ ବର୍ଷ ‘ଫାଇଣ୍ଡ ୱାଇଫାଇ’ ନାମରେ ଏକ ଫିଚର ଲଞ୍ଚ କରିଥିଲା । ସେହି ସମୟରେ ଏହି ଫିଚରକୁ କେବଳ ଆଇଓଏସ ଗ୍ରାହକଙ୍କ ପାଇଁ ଓ କିଛି ଦେଶରେ ହିଁ ଲଞ୍ଚ କରାଯାଇଥିଲା ।

ଫେସବୁକର ଇଞ୍ଜିନିୟରିଂ ନିର୍ଦ୍ଦେଶକ ଏଲେକ୍ସ ହିମେଲ କହିଛନ୍ତି ଆମେ ପୁରା ଦୁନିଆରେ ଆଇଓଏସ ଓ ଆଣ୍ଡ୍ରଏଡ଼ ଗ୍ରାହକଙ୍କ ପାଇଁ ଫାଇଣ୍ଡ ୱାଇଫାଇର ବିକଳ୍ପ ଖୋଲିବା ପାଇଁ ଯାଉଛୁ । ଏହା ଏମିତି ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ ଯାହାଙ୍କ ପାଖରେ ସିକକ୍ୟୁଲାର ଡାଟା କମ ଥିବ । ଏହାର ବ୍ୟବହାର ପାଇଁ ଫେସବୁକ ଆପର ‘ମୋର’ ଟାବରେ ‘ଫାଇଣ୍ଡ ୱାଇଫାଇ’ର ବିକଳ୍ପ ମିଳିବ ।

ସ୍ପାମ୍ ଓ ଫେକ୍ ନ୍ୟୁଜ ଉପରେ ଲାଗିବ ରୋକ –
ଫେସବୁକ ମିଛ ଖବର ଓ ଭୁଲ ପୋଷ୍ଟର ସାମ୍ନା କିରବା ପାଇଁ ଏକ ନୁଆ ଅପଡ଼େଟ୍ ଜାରି କରିଛି । ଏହି ନୂଆ ଅପଡ଼େଟରେ ଏମିତି ଲଗାରିଦମ ଅଛି , ଯେଉଁଠି ଆପଣଙ୍କ ନ୍ୟୁଜ ଫିଡ଼ରେ ଏମିତି ବେକାର ପୋଷ୍ଟକୁ କମରୁ କମ ଲୋକ ପାଖରେ ପହଞ୍ଚିବ ।

ଫେସବୁକରେ ନ୍ୟୁଜ ଫିଡ଼ର ଭାଇସ୍ ପ୍ରେସିଡ଼େଣ୍ଡ ଏଡ଼ମ୍ ମୋସେରୀ କହିଛନ୍ତି ଆମେ ସବୁବେଳେ ନ୍ୟୁଜ ଫିଡ଼ରେ ଲୋକଙ୍କୁ ଅଧିକ ଭଲ ତଥା ସଠିକ ସୂଚନା ଦେବା ପାଇଁ ପ୍ରୟାସ କରୁ । ନୂଆ ଅପଡ଼େଟ୍ ଏହି ବ୍ୟବସ୍ଥାକୁ ଅଧିକ ଭଲ କରିବ ।

                                                                      ସୌଜନ୍ୟ – ନଇଦୁନିଆ