ଆତ୍ମହତ୍ୟା କଲେ ରୋକିବ ଫେସବୁକ୍ ! ଯୁବଗୋଷ୍ଠୀଙ୍କ ସନ୍ଦିଗ୍ଧ ଗତିବିଧି ଉପରେ ରଖିବ ନଜର

56

ଯୁବଗୋଷ୍ଠେୀଙ୍କ ମଧ୍ୟରେ ଧୀରେ ଧୀରେ ଆତ୍ମହତ୍ୟା ପ୍ରବଣତା ବଢ଼ିବାରେ ଲାଗିଛି । ସାଧାରଣତଃ ଅନେକ ସମୟରେ ଖବର ଶୁଣିବାକୁ ମିଳେ କି ଖୁବ୍ କମ୍ ବୟସର ପିଲାମାନେ କୌଣସି ନା କୌଣସି କାରଣରୁ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ଉଠାଇଥାନ୍ତି । କେବଳ ଯେ ଆତ୍ମହତ୍ୟା କହୁଛନ୍ତି, ତା’ନୁହେଁ ଫେସବୁକରେ ଲାଇଭ କରି ଆତ୍ମହତ୍ୟା କରୁଛନ୍ତି । ଏହାକୁ ନଜରେ ରଖି ଫେସବୁକ ଏକ ନୂଆ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଫେସବୁକ୍ ବ୍ୟବହାରକାରୀଙ୍କୁ ଆତ୍ମହତ୍ୟାରୁ ନିବୃତ ରଖିବା ପାଇଁ ଫେସବୁକ ଏକ ସଫ୍ଟୱେର ଉପରେ କାମ କରୁଛି । ଏହି ସଫ୍ଟୱେର ଜରିଆରେ ଫେସବୁକ ଆତ୍ମହତ୍ୟା ଜନିତ ପୋଷ୍ଟ ଗୁଡିକୁ ସ୍କାନ କରିବା ସହ ସେମାନଙ୍କ ଉପରେ ନଜର ରଖିବ ।  ଦରକାର ପଡ଼ିଲେ, ଗ୍ରାହକଙ୍କୁ ମାନସିକ ଶାନ୍ତି ପାଇଁ ସୁବିଧା ଯୋଗାଇ ଦିଆଯିବ ।

ଗତ ମଙ୍ଗଳବାର ଦିନ ଫେସବୁକ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଥିଲା, ଫେସବୁକ ଆର୍ଟିଫିସିଆଲ ଇଂଟେଲିଜେନସଙ୍କ ସାହାଯ୍ୟରେ ଗ୍ରାହକଙ୍କ କମେଂଟ, ପୋଷ୍ଟ, ଶେୟାରିଙ୍ଗ ସହ ଫେସବୁକ ଲାଇଭ ଭିଡିଓକୁ ପ୍ରଥମେ ଯାଂଚ କରାଯିବ । ଆଉ ଏହି ଯାଂଚ ପ୍ରକ୍ରିିୟାରୁ ଜଣାପଡ଼ିବ ଗ୍ରାହକ ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଛି କି ? ଆର୍ଟିଫିସିଆଲ ଇଂଟେଲିଜେନସ ଉପରେ ଆଧାରିତ ଏହି ସଫ୍ଟୱେରର ସଫଳ ପରୀକ୍ଷଣ ଆମେରିକାରେ ହୋଇସାରିଛି । ଫେସବୁକ ଏବେ ଏହି ବ୍ୟବସ୍ଥାକୁ ଅନ୍ୟ ଦେଶରେ ଆରମ୍ଭ କରିବାକୁ ଯାଉଛି । ଫେସବୁକ ଲାଇଭ ମାଧ୍ୟମରେ ଯଦି କେହି ଆତ୍ମହତ୍ୟା କରିବା ପାଇଁ ଭାବନ୍ତି, ତେବେ ଏହି ଫିଚର ସାହାଯ୍ୟରେ ସେମାନଙ୍କର ପରିବାର ଓ ବନ୍ଧୁ ମାନଙ୍କୁ ସତର୍କ କରାଇଦିଆଯିବ । ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଏହି ବିଷୟରେ ମାର୍ଚ୍ଚ ମାସରେ ସୂଚନା ଦେଇ ଦେଇଥିଲେ । ସେ କହିଥଥିଲେ ‘ଦୁନିଆରେ ପ୍ରତି ୪୦ ସେକେଣ୍ଡରେ ଜଣେ ଆତ୍ମହତ୍ୟା କରୁଛନ୍ତି । ୧୫ରୁ ୨୯ ବର୍ଷର ପିଲାମାନଙ୍କ ମୃତ୍ୟୁ ପଛରେ ଏହା ଦ୍ୱିତୀୟ ମୁଖ୍ୟ କାରଣ । ଏହାକୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନ କରିବା ସହ ବୁଝାଇବା ଦରକାର । ’

ଏହି ସପ୍ଟୱେର କିଭଳି କରିବ କାର୍ଯ୍ୟ?
ଫେସବୁକ ଏହି ଟୁଲ ପାଇଁ ଖାସ ଏଲଗୋରିଦିମ ବିକାଶ କରିଛି ଯାହା ବ୍ୟବହାରକାରୀଙ୍କ ପୋଷ୍ଟକୁ ଫିଲଟର କରିବ । ଏହା ସପ୍ଟୱେର ଜରିଆରେ ସନ୍ଦେହରେ ଥିବା ପୋଷ୍ଟ, କମେଂଟ ଓ ରିପ୍ଲାଇକୁ ଖୋଜାଯାଇପାରିବ । ରେଡ୍ ଫ୍ଲାଗ୍ ମାର୍କ କରିବା ପରେ ଫେସବୁକ ଟିମ ଗ୍ରାହକଙ୍କୁ ସମ୍ପର୍କ କରି ସାହାଯ୍ୟ କରିବେ । ଲାଇଭ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଆତ୍ମହତ୍ୟାକାରୀଙ୍କ ସହ ସିଧାସଳଖ କଥାହେବା ପାଇଁ ଓ ଭେଡିଓ ବିଷୟରେ ରିପୋର୍ଟ ପାଇଁ ଅପସନ ଦିଆଯିବ । ଯେ କୌଣସି ବ୍ୟକ୍ତି ଭିଡିଓ ବିଷୟରେ ରିପୋର୍ଟ କରିବେ ସେହି ଭିଡିଓରେ ଥିବା ବ୍ୟକ୍ତିଙ୍କୁ ଫେସବୁକ ସାହାଯ୍ୟ କରିବ । ଏହା ବ୍ୟତୀତ ଫେସବୁକ ମେସେଂଜର ଜରିଆରେ କ୍ରାଇସିସ ସପୋର୍ଟ ସଙ୍ଗଠନ ମଧ୍ୟ ଲାଇଭ ଚାଟ ପାଇଁ ସାହାଯ୍ୟ କରିବ ।