ହ୍ୱାଟସଅପ ଭଳି ଫେସବୁକରେ ମଧ୍ୟ ଆସିପାରିବ ମେସେଜ ଅନସେଣ୍ଡ ଅପସନ !, ଜାଣନ୍ତୁ କେବେ ଓ କିପରି ହେବ ଆରମ୍ଭ

27

ହ୍ୱାଟସଅପରେ ଭୁଲ ବଶତଃ କୌଣସି ମେସେଜ ସେଣ୍ଡ ହୋଇଯାଏ ତେବେ ଏହାକୁ ୪୦୯୬ (୬୮ମିନିଟ ଏବଂ ୧୬ସେକେଣ୍ଡ ) ମଧ୍ୟରେ ଏହାକୁ ଡିଲିଟ କରାଯାଇପାରିବ । ବର୍ତ୍ତମାନ ଏଭଳି ଖବର ଶୁଣିବାକୁ ମିଳିଛି ଯେ ଫେସବୁକ ମଧ୍ୟ ମେସେଞ୍ଜରରେ ଏହି ଅପସନ ଆଣିବା ଲାଗି ପ୍ରୟାସ ଚଳାଇଛି । ‘ଟେକ କ୍ରଂଚ’ର ରିପୋର୍ଟ ମୁତାବକ ଫେସବୁକ ମେସେଞ୍ଜର ଆପରେ ମଧ୍ୟ ଅନସେଣ୍ଡ ଅପସନ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଏଠାରେ ଆମେ କହି ରଖୁଛୁ ଯେ ମାର୍କ ଜୁକରବର୍ଗଙ୍କ ଦ୍ୱାରା ପଠାଯାଇଥିବା ମେସେଜକୁ ଲୁକାୟିତ ଭାବେ ଡିଲିଟ କରାଯାଉଛି ବୋଲି କମ୍ପାନୀ ସ୍ୱୀକାର କରିଛି । ଫେସବୁକର ଏହି ପଦକ୍ଷେପ ପରେ ଆଶା କରାଯାଉଛି ଯେ ମାର୍କ ଜୁକରବର୍ଗଙ୍କ ମେସେଜ ଡିଲିଟ ହେବା ଟେଷ୍ଟିଙ୍ଗର ଅଂଶ ହୋଇପାରେ । କାରଣ କିଛି ଦିନ ପୂର୍ବେ ହ୍ୱାଟସଅପରେ ଏହି ଫିଚର ଦିଆଯାଇଛି । ମାତ୍ର ଏପର୍ଯ୍ୟନ୍ତ ଫେସବୁକ ଏହି ମାମଲାରେ କୌଣସି ସଠିକ ବୟାନ ଦେଇ ନାହିଁ ।

ଟେକକ୍ରଂଚଙ୍କ ସହ ଏକ ସାକ୍ଷାତକାରରେ ଫେସବୁକ ଏହି ଯୋଜନା ସମ୍ବନ୍ଧିତ ଖୁଲାସା କରି କହିଥିଲେ ଯେ କମ୍ପାନୀ ଫେସବୁକ ୟୁଜର୍ସଙ୍କ ପାଇଁ ପଠାଯାଇଥିବା ମେସେଜ ଡିଲିଟ କରିବା ଫିଚର ଉପରେ କାମ କରୁଛି । ଫେସବୁକ ମୁତାବକ, ୨୦୧୪ରେ ସୋନି କମ୍ପାନୀର ଇ-ମେଲ ହ୍ୟାକ ହେବା ପରେ କମ୍ପାନୀ ନିଜର ନିଜର ପରିଚାଳକଙ୍କ ସୁରକ୍ଷା ପାଇଁ କିଛି ପରିବର୍ତ୍ତନ କରିଥିଲେ । ଏଥିମଧ୍ୟରୁ ମାର୍କ ପଠାଇଥିବା ମେସେଜକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଡିଲିଟ କରିବା ମଧ୍ୟ ସାମିଲ ରହିଛି । ଏଭଳି ସେମାନେ ଆଇନ ଅଧିନରେ ରହି କରିଥିବା ଜଣାଇଛନ୍ତି । ଫେସବୁକ ଏବେ ପର୍ଯ୍ୟନ୍ତ କିଛି ସୂଚନା ଦେଇ ନାହିଁ ଯେ ଏହି ଫିଚର କିଭଳି କାମ କରିବ ବରଂ ଜଣାଇଛି କେବଳ ଏହା ଉପରେ କାମ ଚାଲିଛି ।