ଫେସବୁକର ଚେତାବନୀ ! ସାବଧାନ. . . .ପୁଣି ଲିକ ହୋଇପାରେ ଡାଟା

27

ପୁଣି ଥରେ ଫେସବୁକ୍ ଡାଟା ଲିକ୍ ହେବାର ସମ୍ଭାବନା ରହିଛି । ଏକଥା ଆମେ ନୁହେଁ ନିଜେ ଫେସବୁକ୍ କହିଛି । ଫେସବୁକ୍‌ ଗୁରୁବାର ଆମେରିକା ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିସନ୍‌ଙ୍କୁ ଏକ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ଭବିଷ୍ୟତରେ ଡାଟା ଲିକ୍‌ ଭଳି ଘଟଣାକୁ ନେଇ ବ୍ୟବହାରକାରୀଙ୍କୁ ଜାଗୃତ ରହିବାକୁ ପଡ଼ିବ ବୋଲି ସୂଚ।ଇ ଦେଇଛନ୍ତି । ଏଭଳି ମାମଲା କମ୍ପାନିର ପ୍ରତିଷ୍ଠାନ ଉପରେ ଆଞ୍ଚ ଆସିପାରେ ବୋଲି କହିଛନ୍ତି । କମ୍ପାନି ରିପୋର୍ଟ ଲେଖିଲା ବେଳେ କ୍ୟାମ୍ବ୍ରିଜ ଏନାଲିଟିକାର ନାମ ନେଇ ନାହିଁ ।

facebook

ଫେସ୍‌ବୁକ୍‌ ରିପୋର୍ଟରେ ଉଲ୍ଲେଖ କରିଛି କି, ବ୍ୟବହାରକାରୀଙ୍କ ଡାଟାକୁ ସୁରକ୍ଷା କରିବା ପାଇଁ କମ୍ପାନି ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି । ଏଥିସହିତ କନ୍‌ଟେଣ୍ଟ ରିଭ୍ୟୁକୁ ନେଇ ବି ଖର୍ଚ୍ଚ ମଧ୍ୟ କରୁଛି । ଯାହା ଜରିଆରେ ଡାଟା ଯଦି ଭୁଲ ଦିଗରେ ବ୍ୟବହାର ହେବ ତାହାକୁ ରୋକି ପାରିବ । ଫେସବୁକ୍‌ ବ୍ୟବହାରକାରୀଙ୍କୁ ସୂଚିତ କରି କହିଛି, ଏଭଳି ମାମଲା ଭବିଷ୍ୟତରେ ଆସିପାରେ । ଯେଉଁଥିରେ କମ୍ପାନି ପଲିସି ବିରୋଧରେ ଡାଟାର ଭୁଲ ବ୍ୟବହାର, ମନଇଚ୍ଛା ବିଜ୍ଞାପନ ଓ ଭୁଲ ସୂଚନାର ପ୍ରଘଟ କରାଯାଇପାରେ । ଏଭଳି ହେବା ଦ୍ୱାରା ବ୍ୟବହାରକାରୀଙ୍କ ଫେସବୁକ୍‌ ଉପରୁ ବିଶ୍ୱାସ ଭାଙ୍ଗିଯିବ। ଯାହାର ସିଧାସଳଖ ପ୍ରଭାବ କମ୍ପାନି ଇମେଜ ଉପରେ ପଡ଼ିବ ।