ମୁୁହଁର ଚେହେରାକୁ ସ୍କାନ କରିବା ପରେ ଖୋଲିବ ଫେସବୁକ୍ ! ୨୦୧୮ ସୁଦ୍ଧା ଆସିପାରେ ନୂଆ ଫିଚର

33

ଏଣିକି ମୁହଁର ଚେହେରାରେ ଖୋଲିବ ଫେସବୁକ ଆକାଉଣ୍ଟ । ଏହାସହ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରିବା କଷ୍ଟକର ହୋଇପଡିବ । ଦିନକୁ ଦିନ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏହାସହ ସୋସିଆଲ ସାଇଟ ଆକାଉଣ୍ଟକୁ ହ୍ୟାକ କରି କିଛି ଖଳ ପ୍ରକୃତିର ଲୋକ ବିଭିନ୍ନ ପ୍ରକାର ଅପରାଧ ଘଟାଉଛନ୍ତି । ଏହି ସବୁ ଘଟଣାକୁ ଲକ୍ଷ୍ୟ କରି ଫେସବୁକ ଏବେ ଏକ ନୂଆ ଫିଚର ସାମ୍ନାକୁ ଆଣିବାକୁ ଯାଉଛି । ଯାହା ୟୁଜରଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବ । ଏହି ନୂଆ ଫିଚର ସାହାଯ୍ୟରେ ବ୍ୟବହାରକାରୀଙ୍କ ଚେହେରାକୁ ଚିହ୍ନିବା ପରେ ଫେସବୁକ ଆକାଉଣ୍ଟ ଖୋଲିବ ଓ ବନ୍ଦ ହେବ । ବ୍ୟବହାରକାରୀଙ୍କ ଚେହେରା ବିନା ଫେସବୁକ୍ ଆକାଉଣ୍ଟ ଖୋଲିବ ନାହିଁ ।

facebook 1ଏକ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଫେସବୁକ କମ୍ପାନି ଏବେ ଏହି ନୂଆ ଫିଚର ଉପରେ କାମ କରୁଛି । ୟୁଜର ଏହି ନୂଆ ଫିଚରର ଲାଭ କେବେ ପାଇବେ ତାହା ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଏହି ନୂଆ ଫିଚର ଆସିବା ଦ୍ୱାରା ଡାଟା ସିକ୍ୟୁରିଟି ଆହୁରି ଶକ୍ତିଶାଳୀ ହୋଇଯିବ । ଆକାଉଣ୍ଟ ଥିବା ବ୍ୟକ୍ତିଙ୍କ ଚେହେରା ବିନା ଫେସବୁକ ଖୋଲିବ ନାହିଁ ।
ଏହି ନୂଆ ଫିଚରର ନାମ ଅଲୋହା ରଖାଯାଇଛି । ଏହି ଫିଚର ସାହାଯ୍ୟରେ ୟୁଜର ବେଶ ଆରାମରେ ନିଜ ଆକାଉଣ୍ଟର ଯାଞ୍ଚ କରିପାରିବେ । ଏହି ନୂଆ ଫିଚରରେ ଆକାଉଣ୍ଟ ରିକଭରି ପ୍ରୋସେସ ମଧ୍ୟ ପୂରା ସହଜ । ଫ୍ରଣ୍ଟ କ୍ୟାମେରା ଥିବା ମୋବାଇଲ ଫୋନରେ ଏହି ନୂଆ ଫିଚର କାମ କରିବ । ମୋବାଇଲ ସମ୍ମୁଖ ଭାଗରେ ଥିବା କ୍ୟାମେରା ଦ୍ୱାରା ବ୍ୟବହାରକାରୀଙ୍କୁ ବେଶ ସହଜରେ ଚିହ୍ନି ପାରିବ ଫେସବୁକ ।

facebook 2୨୦୧୮ ମେ ମାସ ସୁଦ୍ଧା ଏହି ନୂଆ ଫିଚର ଲଞ୍ଚ କରିପାରେ ଫେସବୁକ । ପୁର୍ବରୁ ଫେସବୁକ କମ୍ପାନି ୟୁଜରଙ୍କ ପ୍ରୋଫାଇଲ ଫଟୋକୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଏକ ନୂଆ ଫିଚର ସାମ୍ନାକୁ ଆଣିଥିଲା । ଯାହା ସେତେବେଳେ ଫେସବୁକ ବ୍ୟବହାରକାରୀଙ୍କ ନିକଟରେ ବେଶ ଗ୍ରହଣୀୟ ହୋଇଥିଲା । ଏହି ନୂଆ ଫିଚରରେ ଆଉ ଏକ ସୁବିଧା ମଧ୍ୟ ରହିଛି । ଯଦି ଆପଣଙ୍କ ଆକାଉଣ୍ଟ କୌଣସି କାରଣର ବନ୍ଦ ହୋଇଯାଏ ତେବେ ଏହି ନୂଆ ଫିଚର ଦ୍ୱାରା ଆପଣଙ୍କ ଘନିଷ୍ଠ ବନ୍ଧୁଙ୍କୁ ଏକ କୋର୍ଡ ପଠାଇ ପାରିବେ ।ପରେ ଏହି କୋର୍ଡ ନେଇ ପୁର୍ନବାର ଆକାଉଣ୍ଟ ଖୋଲି ପାରିବେ ।

i phone Xପୂର୍ବରୁ ଆପଲ କମ୍ପାନି ମଧ୍ୟ ଗ୍ରାହକଙ୍କ ପାଇଁ ଏଭଳି ଫିଚର ଥିବା ଆଇଫୋନ ଏକ୍ସ ନାମକ ଫୋନ ବଜାରକୁ ଛାଡିଥିଲା । ଯେଉଁଥିରେ ଫେସିଆଲ ରେକଗନାଇଜେସନ ଫିଚର ରହିଥିଲା । ଏହାକୁ ଫେସ ଆଇଡି ଫିଚର ମଧ୍ୟ କୁହାଯାଏ । ଏହି ଫୋନରେ ଲାଗିଥିବା କ୍ୟାମେରା ବ୍ୟବହାରକାରୀର ଚେହେରାକୁ ରିଅଲ ଟାଇମ ମଧ୍ୟରେ ୫୦ ଥର ବିଭିନ୍ନ ସ୍ଥାନକୁ ସ୍କାନ କରି ସେଭ କରିଥାଏ । ଲକ ହେବା ପରେ ପୁର୍ନବାର ଖୋଲିବାକୁ ରିଅଲ ଟାଇମ ମଧ୍ୟରେ ୨୫ ଥର ରିଡ କରିବା ପରେ ଫୋନ ଅନଲକ ହୋଇଥାଏ । ଆଇଫୋନରେ ଦିଆଯାଇଥିବା ଏହି ଫିଚର ଏତେ ସୁରକ୍ଷିତ ଯେ, ଯାଆଁଳା ଭାଇ କିମ୍ବା ଭଉଣୀର ଚେହେରାରେ ମଧ୍ୟ ଏହା ଅନଲକ ହୋଇନଥାଏ । ଅନ୍ଧାରରେ ମଧ୍ୟ ଏହି ଫିଚର କାମ କରିଥାଏ । ଏହି ନୂଆ ଫିଚରକୁ ତିଆରି କରିବା ପାଇଁ ୧୫ ହଜାର ଇଞ୍ଚିନିୟର ଦୀର୍ଘ ୬ ବର୍ଷ ପରିଶ୍ରମ କରିଥିଲେ ।