ଫେସବୁକ୍ ଦେବ ରାଜନୈତିକ ଦଳଙ୍କ ଖବର ! ପ୍ରଚାରରେ କିଏ କେତେ ଖର୍ଚ୍ଚ କରୁଛନ୍ତି ସବୁ ତଥ୍ୟ ଜଣା ପଡିଯିବ

53

ଆପଣ ଜାଣନ୍ତି କି ଫେସବୁକରେ ଯେଉଁ ରାଜନୈତିକ ଦଳ ବା ନେତା ପ୍ରଚାର କରିଥାନ୍ତି , ବିଜ୍ଞାପନ ଦେଇଥାନ୍ତି , ତାଙ୍କର ଖର୍ଚ୍ଚ କେତେ ହୋଇଥିବ ? କେତେ ପରିମାଣର ଅର୍ଥ ସେ ଭୋଟରକୁ ଆପଣେଇବାକୁ ଖର୍ଚ୍ଚ କରିଥାନ୍ତି ? ଏହା ନିଶ୍ଚୟ ଆମକୁ ଜଣା ନଥାଏ । ଏହା ପରଦା ଆଢୁଆଳରେ ରହିଯାଇଥାଏ । ହେେଲେ ଏବେ ଫେସବୁକ୍ ନିଜର ରାଜନୈତିକ ବିଜ୍ଞାପନର ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଅର୍ଥାତ୍ ରାଜନୈତିକ ବିଜ୍ଞାପନକୁ ନେଇ ଏକ ଟ୍ରାନ୍ସପେରେଂଟ ହେବାକୁ ଯାଉଅଛି । ଯେଉଁଥିରେ ଲୋକଙ୍କୁ ଜଣାପଡିବ ଯେ କେଉଁ ନେତା ଓ ରାଜନୈତିକ ଦଳ ଫେସବୁକରେ ନିଜର ପ୍ରଚାରରେ କେତେ ଖର୍ଚ୍ଚ କରୁଛନ୍ତି ।

ରାଜନୈତିକ ବିଜ୍ଞାପନକୁ ନେଇ ଫେସବୁକର ଏକ ନିୟମ –
ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ରାଜନୈତିକ ବିଜ୍ଞାପନକୁ ନେଇ ନୂଆ ନିୟମ ବାହାର କରିଛନ୍ତି । ଜୁକରବର୍ଗ କହିଛନ୍ତି ଯେବେ କିଏ ଟିଭି ବା ଆଉ କେଉଁ ମାଧ୍ୟମରେ ରାଜନୈତିକ ବିଜ୍ଞାପନ ଦେଇଥାନ୍ତି , ତ ଆଇନ ଅନୁସାରେ , ଏହା ଜରୁରୀ କି ସେ ତଥ୍ୟ ଦେଇଥାନ୍ତି ଏହି ପ୍ରଚାର ପାଇଁ କିଏ ଅର୍ଥ ଦେଇଛନ୍ତି । ଏବଂ ଏହାକୁ ଦେଖି ଏବେ ଫେସବୁକ୍ ମଧ୍ୟ ହାଇ-ଷ୍ଟାଣ୍ଡାର୍ଡ ଟ୍ରାନ୍ସପେରେନ୍ସି ସିଷ୍ଟମ ଆଣୁଅଛି । ଯାହା ଦ୍ୱାରା ଜଣାପଡିବ କେଉଁ ନେତା ବା ରାଜନେତା ବିଜ୍ଞାପନ ସହ ସଂପୃକ୍ତ ।

ରାଜନୈତିକ ବିଜ୍ଞାପନର ଅଲଗା ହେବ ପରିଚୟ –
ପଲଟିକାଲ୍ ଆଡଭାଇଜରକୁ ନିଜର ପରିଚୟ ଭେରିଫାଏଡ୍ କରିବା ପାଇଁ ଏବେ ଆହୁରି ଅଧିକ ପ୍ରମାଣ ଦେବାକୁ ହେବ । ଥରେ ଭେରିଫାଏଡ୍ ହେବାପରେ ଆମେ ସେମାନଙ୍କ ବିଜ୍ଞାପନରେ ଏହି ଲେବଲ୍ ଲଗାଇଦେବୁ କି ସେ ରାଜନୈତିକ ବିଜ୍ଞାପନ ଅଟେ । ଏହା ସହ ତାଙ୍କୁ ଏହା ବି ସୂଚନା ଦିଆଯିବ ଏହି ବିଜ୍ଞାପନ ପାଇଁ ଅର୍ଥ କେତେ ଦିଆଯାଇଛି । ଜୁକରବର୍ଗ ଏହି କଥାର ସଂକେତ କିଛି ଦିନ ପୂର୍ବରୁ ଦେଇଥିଲେ । ସେ କହିଥିଲେ , ‘ମୁଁ ଏହା ଚାହିଁବିନି ଯେ, କିଏ ଆମର ଏହି ସୋସିଆଲ ମଂଚକୁ ବ୍ୟବହାର କରି ଲୋକତନ୍ତ୍ରର କ୍ଷତି ପହଁଚାଉ । ଆମେ ଏଥିପାଇଁ ଏହା କରିନାହୁଁ ।’

(ସୌଜନ୍ୟ- ଦ କ୍ୱିଣ୍ଟ)