୧୮ ବର୍ଷରୁ କମ୍ ବୟଷ୍କଙ୍କ ପାଇଁ ଫେସବୁକର ଏହି ବିଜ୍ଞାପନରେ ଲାଗିଲା କଟକଣା ! ନାବାଳକଙ୍କ ସୁରକ୍ଷା ଦୃଷ୍ଟିରୁ ଫେସବୁକ୍ ନେଲା ଏଭଳି ପଦକ୍ଷେପ ।

111

ଲୋକପ୍ରିୟ ସୋସିଆଲ୍ ସାଇଟ୍ ଫେସବୁକ୍ ପ୍ରତିଦିନ କିଛି ନା କିଛି ରୋଚକପୂର୍ଣ୍ଣ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ବର୍ତ୍ତମାନ ଏଭଳି ଏକ ଖବର ଆସି ପହଞ୍ଚିଛି ଯାହା ୟୁଜର୍ସଙ୍କ ମଧ୍ୟରେ ଖୁସିର ଆଲୋଡନ ସୃଷ୍ଟି କରିଛି । ତେବେ କ’ଣ ଏହି ଖବର ଆସନ୍ତୁ ଜାଣିବା ।

ଫେସବୁକ୍ ସାଇଟକୁ ସାବାଳକ ତ ବ୍ୟବହାର କରୁଛନ୍ତି କିନ୍ତୁ ଏହାକୁ ବେଳେବେଳେ ନାବାଳକ ମଧ୍ୟ ବ୍ୟବହାର କରି୍ଥାନ୍ତି । ତେବେ ଫେସବୁକରେ ଉଭୟ ଭଲ ଏବଂ ମନ୍ଦ ତଥ୍ୟ ଦେଖିବାକୁ ମିଳିଥାଏ । ଯାହାଦ୍ୱାରା ୧୮ ବର୍ଷରୁ କମ୍ ବୟସର ପିଲା ମଧ୍ୟ ଏସବୁ ଦେଖିଥାନ୍ତି ଯାହାର ପ୍ରଭାବ ତାଙ୍କ ଉପରେ ସିଧାସଳଖ ଦେଖାଯାଇଥାଏ । ତେବେ ଏସବୁ ସମସ୍ୟାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ଫେସବୁକ୍ ଏକ ବଡ ପଦକ୍ଷେପ ନେଇଛି । ଫେସବୁକରେ ଦେଖାଯାଉଥିବା ହତିଆର ଏବଂ ମରଣାନ୍ତକ ଉତ୍ପାଦକୁ ଏବେ ବ୍ୟାନ୍ କରାଯାଇଛି ଯାହାଦ୍ୱାରା କିଶୋର ଶ୍ରେଣୀର ପିଲାମାନେ ଏହିସବୁ ବିଜ୍ଞାପନ ଦେଖିପାରିବେ ନାହିଁ । ଏକ ମିଡିଆ ରିପୋର୍ଟରୁ ଜଣାପଡିଛି ଯେ ଫେସବୁକ୍ ହତିଆର ଏବଂ ଏହାର ମାଗାଜିପକୁ ଏବେ ବ୍ୟାପ୍ କରିଦେଇଛି । ତେବେ ଏହି ବିଜ୍ଞାପନ ନୀତି ୨୧ ଜନ୍ରୁ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

ତେବେ ଏହା ପୂର୍ବରୁ ୟୁଟ୍ୟୁବରେ ମଧ୍ୟ ଏହିଭଳି ଭିଡିଓ ଉପରେ ବ୍ୟାନ୍ ଲଗାଇବାକୁ କୁହାଯାଇଥିଲା । ନିକଟରେ ଫେସବୁକ୍ ତରଫରୁ ଏହା ଘୋଷଣା କରାଯାଇଥିଲା ଯେ ଫେସବୁକ୍ ୟୁଜର୍ସଙ୍କ କମ୍ପ୍ୟୁଟର,କି-ବୋର୍ଡ,ମାଉସ୍ ମୁଭମେଣ୍ଟ୍ ଉପରେ କଡା ନଜର ରଖିବ । ଯାହାଦ୍ୱାରା ୟୁଜର୍ସ ସୋସିଆଲ୍ ସାଇଟର କିଭଳି ବ୍ୟବହାର କରୁଛନ୍ତି ତାହା ଜଣାପଡିବ ।