ଭାରତରେ ଏକ ଘଣ୍ଟା ଧରି ବନ୍ଦ ରହିଲା ଫେସବୁକ! ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେଙ୍କ ଆକାଉଣ୍ଟ ହ୍ୟାକ୍

76

ଶନିବାର ଭାରତରେ ଫେସବୁକ୍ ସେବା ପ୍ରାୟ ଘଣ୍ଟା ପର୍ଯ୍ୟନ୍ତ ଠପ୍ ହୋଇଯାଇଥିଲା । କମ୍ପୁଟର ଓ ମୋବାଇଲରେ ଫେସବୁକ୍ ସେବା ପୂରା ଧିମା ହୋଇଯାଇଥିଲା । କେବଳ ଭାରତ ନୁହେଁ ବିଶ୍ୱର ଅନେକ ସ୍ଥାନରେ ଗତକାଲି ଫେସବୁକ ସେବା ଏକରକମ ବେହାଲ ହୋଇଯାଇଥିଲା । ଫେସବୁକ୍ ଲଗଇନ୍ କରିବା ପରେ ସାଇଟ ପୂରା ଧିମା ହେଇ ଯାଉଥିଲା । ଫେସବୁକରେ କୌଣସି ନୂଆ ପୋଷ୍ଟ ଅପଡେଟ କଲେ ଫେସବୁକ୍ ଟାଇମଲାଇନରେ ଏକ ମେସେଜ ଆସୁଥିଲା । ଏହି ପୋଷ୍ଟକୁ ଅପଡେଟ କରିବାକୁ ଫେସବୁକ୍ ଅସମର୍ଥ ବୋଲି ବ୍ୟବହାରୀଙ୍କ ଅ।।କାଉଣ୍ଟରେ ଏକ ମେସେଜ ଶୋ କରୁଥିଲା ।

ଗତକାଲି ଗୋଟିଏ ପଟେ ଫେସବୁକ୍ ସେବା ବ୍ୟାହତ ହୋଇଥିବା ବେଳେ ଅନ୍ୟପଟେ ବଲିଉଡ଼ ଅଭିନେତ୍ରୀ ରାଧିକା ଆପ୍ଟେଙ୍କ ଫେସବୁକ୍ ଆକାଉଣ୍ଟକୁ ପୁଣିଥରେ କେହି ହ୍ୟାକ୍ କରିଛି । ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ସେ । ତା’ସହିତ ତାଙ୍କୁ ମେସେଞ୍ଜରରେ ମେସେଜ ନ କରିବାକୁ ସେ ଟ୍ୱିଟ୍ କରିଛନ୍ତି ।

ରାଧିକା ଏବେ ଫିଲ୍ମ ‘ବାଜାର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ନଜର ଆସିବେ ସୈଫ୍ ଅଲ୍ଲୀ ଖାଁ । ତା ସହିତ ରାଧିକା ଏବେ ଏକ ଟିଭି ସିରିଜରେ ନଜର ଆସିବେ । ଏଥିରେ ସେ ଜଣେ ‘ର’ ଏଜେଣ୍ଟର ଭୂମିକାରେ ନଜର ଆସିବେ ।

ସୌଜନ୍ୟ-ଆଜତକ୍