ଯାଜପୁର : ବିବାହ ପାଇଁ ରାଜି ନହେବାରୁ ଝିଅର ଫଟୋକୁ ଅଶ୍ଲୀଳ କରି ଫେସବୁକରେ ଛାଡିଲା ଯୁବକ

31

କନକ ବ୍ୟୁରୋ: ବିବାହ ପାଇଁ ରାଜି ନହେବାରୁ ଝିଅର ଫଟୋକୁ ଅଶ୍ଲୀଳ କରି ଫେସବୁକରେ ଛାଡିଲା ଯୁବକ । ଯାଜପୁର ଅଂଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ତେବେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ସୂଚନା ମୁତାବକ, ଯାଜପୁର ଜିଲ୍ଲାର ଦାନଗଦୀ ତ୍ରିଜଙ୍ଗା କଲୋନୀର ପୁଅ ଘରୁ ପ୍ରସ୍ତାବ ଆସିଥିଲା ଝିଅ ଘରକୁ । କିନ୍ତୁ ଝିଅର ବାପା ବିବାହ ପ୍ରସ୍ତାବରେ ରାଜି ହୋଇନଥିଲେ । ଏଥିରେ ରାଗ ରଖି ଯୁବକ ଜଣକ ଝିଅର ଫଟୋ ଫେସବୁକରେ ପୋଷ୍ଟ କରିଥିଲା । ଏନେଇ ଝିଅ ଘର ପକ୍ଷରୁ ଥାନାରେ ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ।