ଫେସବୁକ ଆକାଉଂଟ ଖୋଲିବା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ଼ ! କମ୍ପାନୀ ରଖିଲା ସ୍ପଷ୍ଟୀକରଣ

31

ଫେସବୁକ୍ ଆକାଉଂଟ ଖୋଲିବା ପାଇଁ ବାଧ୍ୟତାମୂଳକ ହେବ ନାହିଁ ଆଧାର କାର୍ଡ଼ । ଫେସବୁକରେ ନୂଆ ଆକାଉଣ୍ଟ ଖୋଲିବା ସମୟରେ ଆଧାର ପଞ୍ଜିକୃତ ହୋଇଥିବା ନାମକୁ ବ୍ୟବହାର କରିବା ଘଟଣା ଉପରେ କମ୍ପାନୀ ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ ତରଫରୁ କୁହାଯାଇଛି ଏକ ଛୋଟ ପରୀକ୍ଷା ଥିଲା, ଯାହା ଶେଷ ହୋଇଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଫେସବୁକ୍ ସହ ଆଧାର ଡାଟା ଯୋଡ଼ିବା ଦରକାର ନାହିଁ ।

facebookସୂଚନାଯୋଗ୍ୟ ଗତ ବୁଧବାର ଦିନ ଫେସବୁକ ତରଫରୁ ନୂଆ ଆକାଉଂଟ ଖୋଲିବା ପାଇଁ ଆଧାର କାର୍ଡ଼ରେ ବ୍ୟବହାର ହୋଇଥିବା ନାମ ଅନିବାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ଫେସବୁକର ଏହି ପଦକ୍ଷେପ ଯୋଗୁଁ ୟୁଜରଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଥିଲା । ଲୋକେ ବିଭିନ୍ନ ଆଶା ଆଶଙ୍କାରେ ମଧ୍ୟରେ ଗତି କରୁଥିଲେ । ତେବେ ଏହି ଆଶଙ୍କାକୁ ଦୂର କରିବା ପାଇଁ ଫେସବୁକ୍ ସ୍ପଷ୍ଟୀକରଣ ଦେଇଛି । ଫେସବୁକର ପ୍ରଡ଼କ୍ଟ ମ୍ୟାନେଜର ଏକ ପୋଷ୍ଟ ରେ ଜଣାଇଛନ୍ତି ଏହା କେବଳ ଏକ ଛୋଟ ଟେଷ୍ଟ ଥିଲା । ଯାହା ଏବେ ଶେଷ ହୋଇଯାଇଛି । ଏହାସହ ସେ ପରାମର୍ଶ ଦେଇଛନ୍ତି ଆଧାରରେ ଦେଇଥିବା ନାମ ଦେଲେ ଆପଣଙ୍କ ମା,ବାପା ଓ ବନ୍ଧୁ ପରିଜନ ଆପଣଙ୍କୁ ସହଜରେ ଚିହ୍ନି ପାରିବେ ।

ଫେସବୁକର ଏହି ପୋଷ୍ଟ ପରେ ସ୍ପଷ୍ଟ ଜଣାପଡ଼ୁଛି ସୋସିଆଲ ମିଡ଼ିଆ ସାଇଟ, ଆପଣଙ୍କ ଆଧାର ସୂଚନା ସଂଗ୍ରହ କିରପାରିବ ନାହିଁ । କିମ୍ବା ଫେସବୁକ ଆକାଉଂଟ ଖୋଇିବା ପାଇଁ ଆଧାର ମଧ୍ୟ ଜରୁରୀ ନୁହେଁ । ଏହା ସମ୍ପୂର୍ଣ୍ଣ ରୂପେ ଆପଣଙ୍କ ଉପରେ ନିର୍ଭର କରୁଛି । ଆପଣ ନୂଆ ଆକାଉଂଟ ଖୋଲିବା ସମୟରେ ଆଧାରରେ ପଞ୍ଜିକୃତ ଥିବା ନାମ ଦେବେ ନା ନାହିଁ ।