ମେସେଞ୍ଜର ବ୍ୟବହାର କରିବାକୁ ଇଚ୍ଛା କିନ୍ତୁ ଫେସବୁକ୍ ଆକାଉଣ୍ଟକୁ କରିଛନ୍ତି ଡିଲିଟ୍ …କେମିତି କରିବେ ପୁନଃବ୍ୟବହାର ଜାଣିରଖନ୍ତୁ ।

41

ଆପଣ ଆପଣଙ୍କ ଫେସବୁକ୍ ଅକାଉଂଟ ଡିଆକ୍ଟିଭେଟ୍ କରିଦେଇଛନ୍ତି କି ? ମେସେଞ୍ଜର ବ୍ୟବହାର କରିବା ପାଇଁ ପୁଣି ଥରେ ଫେସବୁକକୁ ସକ୍ରିୟ କରିବା ପାଇଁ ଚାହୁଁଛନ୍ତି, ତେବେ ଏପରି କିଛି କରିବା ପାଇଁ ପଡ଼ିବ ନାହିଁ । ଫେସବୁକ ଡିଆକ୍ଟିଭେଟ୍ ଥାଇ ମଧ୍ୟ ଆପଣ ମେସେଞ୍ଜରର ବ୍ୟବହାର କରିପାରିବେ । ତେବେ ଏହା କିପରି ସମ୍ଭବ . . . . ଆସନ୍ତୁ ଜାଣିବା । ଏହା ବ୍ୟତୀତ ଫେସବୁକ୍ ଆକାଉଂଟ ନଥାଇ ମଧ୍ୟ ଆପଣ ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହ ଚାର୍ଟ କରିପାରିବେ । ଯଦି ଆପଣ ମସେଞ୍ଜର ଓ ଫେସବୁକ ପ୍ରୋଫାଇଲକୁ ଅଲଗା ରଖିବା ପାଇଁ ଚାହୁଁଛନ୍ତି ତେବେ ଏପରି ମଧ୍ୟ ସମ୍ଭବ ହୋଇପାରିବ । ଏଥଇପାଇଁ ଫେସବୁକ ମେସେଞ୍ଜରରେ ମୋବାଇଲ ନମ୍ବରକୁୁ ସାଇନ୍ ଅପ୍ କରନ୍ତୁ କିମ୍ବା ମେସେଞ୍ଜର ଆକାଉଂଟକୁ ମୋବାଇଲ ନମ୍ବର ସହ ଯୋଡ଼ନ୍ତୁ । ଏଥିପାଇଁ ଆପଣ ମେସଞ୍ଜର ଯାଆନ୍ତୁ ତା’ପରେ ପ୍ରୋଫାଇଲ ପିକଚର ଉପରେ କ୍ଲିକ କରନ୍ତୁ । ଆଉ ଏବେ ମୋବାଇଲ ନମ୍ବରରେ କ୍ଲିକ୍ କରନ୍ତୁ ।

ମେସେଞ୍ଜରରେ ମୋବାଇଲ ନମ୍ବର ଯୋଡ଼ିବା ପରେ ଫେସବୁକ ଡିଆକ୍ଟିଭେଟ୍ କିରପାରନ୍ତିି । ଏବେ ଫେସବୁକ ମେସେଜ ଆପ୍ ଖୋଲନ୍ତୁ । ଏବେ ଦେଖାଯିବ ସ୍ୱିଚ୍ ଆକାଉଂଟ, ଏହି ଆକାଉଂଟରେ କ୍ଲିକ୍ କରନ୍ତୁ । ଯଦି ଫେସବୁକ୍ ପ୍ରଥମରୁ ଅଛି ତେବେ ଆଇ ହାଭ୍ ଫେସବୁକ ଅକାଂଉଟ ଉପରେ କ୍ଲିକ କରନ୍ତୁ । ଯଦି ଫେସବୁକ ଆକାଉଂଟ ନାହିଁ ତେବେ ଆଇ ହାଭ୍ ନୋ ଫେସବୁକ ଆକାଉଂଟ ଉପରେ କ୍ଲିକ କରନ୍ତୁ । ନିଜ ସମସ୍ତ ବିବରଣୀ ଦେବା ପରେ ଫେସବୁକ ମସେଞ୍ଜରରେ ସାଇନ୍ ଇନ୍ କରନ୍ତୁ । ଏବେ ଆପଣଙ୍କୁ ଏକ ମେସେଜ ଦେଖାଯିବ । ଆପଣଙ୍କ ଫେସବୁକ ଆକାଂଉଟ ଡିଆକ୍ଟିଭେଟ୍ ହୋଇଛି ବୋଲି ମେସେଜ ଆସିବ । ତେବେ ଏବେ ଆପଣ ମେସଞ୍ଜର ବ୍ୟବହାର କରିବା ପରେ ମଧ୍ୟ ଆପଙ୍କ ଫେସବୁକ ପ୍ରୋଫାଇଲ ଡିଆକ୍ଟିଭେଟ୍ ରହିବ । ତଥାପି ଆପଣ ନିଜର ବନ୍ଧୁ କିମ୍ବା ପରିବାର ଲୋକଙ୍କୁ ମେସେଜ୍ କରିପାରିବେ ।