ଏବେଠାରୁ ଫେସବୁକରେ କିଣାବିକା କରିପାରିବେ ପୁରୁଣା ସାମଗ୍ରୀ ! ଜାଣନ୍ତୁ କିପରି ବ୍ୟବହାର କରିବେ ନୂଆ ଫିଚର୍

39

OLX  ଓ Quikr  କୁ ଟକ୍କର ଦେବ ଫେସବୁକ୍ । ଭାରତରେ ନିଜର Marketplace ଫିଚର ଲଂଚ କରିଛି ଫେସବୁକ୍ । ଏହି ଫିଚର ଆସିବା ପରେ ଗ୍ରାହକ ନିଜର ଫେସବୁକ୍ ପ୍ଲାଟଫର୍ମରୁ ନୂଆ-ପୁରୁଣା ସାମଗ୍ରୀ କିଣାବିକା କିରପାରିବେ, ଯେପରି OLX  ଓ Quikrରେ କରନ୍ତି । ସୂଚନାଯୋଗ୍ୟ ଏହି ଫିଚରର ପରୀକ୍ଷଣ ଫେସବୁକ୍ ଗତ ବର୍ଷ ମୁମ୍ବାଇରେ କରିସାରିଥିଲା । ତେବେ ଏବେଠାରୁ ଏହାକୁ ଲାଇଭ୍ କରିଦେଇଛି ଫେସବୁକ୍ ।

Facebook Marketplace ଫିଚର ଜରିଆରେ ଗ୍ରାହକ ମୋବାଇଲ ଓ ଡେକ୍ସଟପରେ ଲଗ୍ ଇନ୍ କରି ନିଜର ପୁରୁଣା ସାମଗ୍ରୀ ବିକ୍ରି କରିପାରିବେ । କେବଳ ଯେ ବିକ୍ରି କରପାରିବେ ତା’ ନୁହେଁ ଆବଶ୍ୟକୀୟ ପୁରୁଣା ସାମଗ୍ରୀ କିଣି ମଧ୍ୟ ପାରିବେ । ଫେସବୁକର ମାର୍କେଟପ୍ଲେସ୍ ଫିିଚର ଏବେ ପର୍ଯ୍ୟନ୍ତ ୩୬ ଟି ଦେଶରେ ଲାଇଭ କରୁଥିଲା । ଆଉ ଏହି ଦେଶ ମାନଙ୍କରେ ଏବେ ସାମିଲ ହେଲା ଭାରତ । ଭାରତରେ ମଧ୍ୟ ଜାରି ହେଲା ଫେସବୁକର ଏହି ଫିଚର ।

ଡେକ୍ସଟପ ଭର୍ସନ ବିଷୟରେ ଆଲାଚନା କଲେ ଆପଣ ନିଜର ହୋମପେଜରେ ବାମ ପଟରେ ମେସେଞ୍ଜର ତଳେ ଏହି ଫିଚରକୁ ଦେଖିପାରିବେ । ଅନ୍ୟପଟେ ମୋବାଇଲରେ ଏହି ଫିଚର ମେନୁ ସିଲେକ୍ସନରେ ମିଳିବ । ତେବେ ଏବେ ପର୍ଯ୍ୟନ୍ତି ଏହି ଫିଚର ଦେଖିବା ପରେ ଲାଗୁଛି ଫେସବୁକ ସେଲର ଯାଂଚ କରୁନାହିଁ । କିଛି ସମୟ ଭିତରେ ମଧ୍ୟ ଏନେଇ କିଛି ଅଧିକ ପରିବର୍ତ୍ତ ହେବ ବୋଲି ଆଶା କରାଯାଉଛି ।