ଫେସବୁକ ଆଣିଲା ନୂଆ ଯୋଜନା ! ଏଣିକି ଘରେ ବସି କରିପାରିବେ ମୋବାଇଲ ରିଚାର୍ଜ, ଜାଣନ୍ତୁ ପୁରା ପ୍ରକ୍ରିୟା । 

38

ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆ ୱେବସାଇଟରେ, ଫେସବୁକ ବହୁତ ଉନ୍ନତି ଲାଭ କରିଛି । ଫେସବୁକ କେବଳ ସୋସିଆଲ ମିଡିଆରେ ସୀମିତ ହୋଇ ରହିବାକୁ ଚାହୁଁ ନାହିଁ । ଏହାର ଲକ୍ଷ ବଡ ହୋଇଥିବାରୁ ଫେସବୁକ ୱାନ୍ ଷ୍ଟପ୍ ସପ୍ ଭଳି ବଡ ହେବାକୁ ଚେଷ୍ଟା କରୁଛି । ଏହାକୁ ଦୃଷ୍ଟିରେ ରଖି ଫେସବୁକ ଏକ ନୂଆ ଯୋଜନା ଆରମ୍ଭ କରିଛି । ଏହି ଯୋଜନା ମାଧ୍ୟମରେ ଲୋକମାନେ ଫେସବୁକ ଆପରୁ ହିଁ ନିଜ ମୋବାଇଲ ରିଚାର୍ଜ କରିପାରିବେ ।

 

ଉଲ୍ଲେଖଯୋଗ୍ୟ, ଫେସବୁକ ଆପରେ ଆପଣଙ୍କୁ ମୋବାଇଲ ରିଚାର୍ଜ କରିବାର ଏକ ଅପସନ ମିଳିବ । ଏହି ସୁବିଧା କେବଳ ଆଣ୍ଡ୍ରଏଡ୍  ମୋବାଇଲରେ ବ୍ୟବହାର ହେଉଥିବା ଫେସବୁକ ଆପର ଲାଟେଷ୍ଟ ଭର୍ସନରେ ଉପଲବ୍ଧ ରହିବ ।

 

ଫେସବୁକ ଆପ ସାହାଯ୍ୟରେ ମୋବାଇଲ ରିଚାର୍ଜ କରିବା ପାଇଁ ପ୍ରଥମେ ଫେସବୁକ ଆପକୁ ଅପଡେଟ କରିବାକୁ ପଡିବ । ଅପଡେଟ କରିବା ପରେ ଆପରେ ଦେଖାଯାଉଥିବା ନୋଟିଫିକେସନ ଆଇକନ ପାଖରେ ହାମବର୍ଗର ନାମକ ଏକ ଆଇକନ ଦେଖାଯିବ । ତେବେ ସେହି ଆଇକନକୁ କ୍ଲିକ କରି ମୋବାଇଲ ରିଚାର୍ଜ ଅପସନକୁ ଯାଇପାରିବେ । ରିଚାର୍ଜ ଅପସନକୁ ଯିବା ପରେ ଆପଣଙ୍କୁ ପ୍ଲାନ ସିଲେକ୍ଟ କରିବାର ଏକ ଅପସନ ମିଳିବ । ଏହାକୁ ମଧ୍ୟ ସିଲେକ୍ଟ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ମୋବାଇଲ ନମ୍ବର ଦେବାକୁ ପଡିବ । ମୋବାଇଲ ନମ୍ବର ଦେବା ମାତ୍ରେ ଆପଣ କେତେ ଆମାଉଣ୍ଟର ରିଚାର୍ଜ କରିବାକୁ ଚାହୁଁଛନ୍ତି ତାହାର ଡିଟେଲ୍ସ ଦେବାକୁ ପଡିବ । ଶେଷରେ ରିଭ୍ୟୁ ନାମକ ଅପସନକୁ ସିଲେକ୍ଟ କରି ଆପଣଙ୍କ କ୍ରେଡିଟ କାର୍ଡର ନମ୍ବର ଦେବାକୁ ହେବ । ଏହା ପରେ ପରେ ଆପଣଙ୍କ ମୋବାଇଲ ନମ୍ବର ରିଚାର୍ଜ ହୋଇଯିବ ।

 

ଫେସବୁକ କେବଳ ଲୋକମାନଙ୍କୁ ସୋସିଆଲ ମିଡିଆରେ ଅପଡେଟ ରଖୁନାହିଁ  ବରଂ ଏହା ଲୋକ ମାନଙ୍କ ସମୟ ବଞ୍ଚାଇବା ସହ ଭିନ୍ନ ଭିନ୍ନ କ୍ଷେତ୍ରରେ ଆଗକୁ ନେଇଯାଉଛି ।