ଆପଣଙ୍କ ଫେସବୁକ ଆକାଉଣ୍ଟ ଉପରେ ରହିଛି ଅନ୍ୟ କାହାର ନଜର ! ତେଣୁ ସୁରକ୍ଷିତ ରହିବା ପାଇଁ ଫେସବୁକ୍ ଆକାଉଣ୍ଟରୁ ହଟାଇ ଦିଅନ୍ତୁ ଏହି ସବୁ ତଥ୍ୟ

42

ଆଜିକାଲି ସୋସିଆଲ୍ ମିଡିଆକୁ ନେଇ ବିଭିନ୍ନ ପ୍ରକାରର ସମସ୍ୟା ସବୁ ଉପୁଜୁଛି। ଗତ କିଛିଦିନ ଧରି ଫେସବୁକରୁ ଯେଉଁଭଳି ଭାବେ ତଥ୍ୟ ଚୋରି ହେଉଛି ତାହା ୟୁଜର୍ସଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନକଲି ଆକାଉଣ୍ଟ୍ ସମସ୍ୟାରୁ ନେଇ ଡାଟା ଚୋରି ଆଦି ବିଭିନ୍ନ ସମସ୍ୟା ପାଇଁ ଅସୁରକ୍ଷିତ ହୋଇ ପଡୁଛନ୍ତି ବ୍ୟବହାରକାରୀ। ସେଥିପାଇଁ କମ୍ପାନି ପକ୍ଷରୁ ଏକ ସୂଚନା ଜାରି କରାଯାଇଛି। ଆପଣ ଯଦି ପୂର୍ଣ୍ଣ ମାତ୍ରାରେ ସୁରକ୍ଷିତ ରହିବାକୁ ଚାହାନ୍ତି ତେବେ ଫେସବୁକରୁ ଏହି ସବୁ ତଥ୍ୟକୁ ହଟାଇ ଦିଅନ୍ତୁ।

ନିଜର ଜନ୍ମ ତାରିଖ, ଜନ୍ମସ୍ଥାନ, ଫୋନ ନମ୍ବର ଏବଂ ଲୋକେସନ୍ ଆଦି ଯଦି ଫେସବୁକରେ ଦେଇଛନ୍ତି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ। ଏହାବ୍ୟତୀତ ଫେସବୁକରେ ଆପଣଙ୍କ ଫଟୋ ପବ୍ଲିକ୍ କରି କାହାକୁ ଟ୍ୟାଗ୍ କରିବା ମଧ୍ୟ ଆପଣଙ୍କ ପାଇଁ ବିପଦ ପାଲଟି ଯାଇପାରେ। ମନେ ରଖନ୍ତୁ ପବ୍ଲିକ୍ ରଖି ଫଟୋ ଟ୍ୟାଗ୍ କଲେ ଆପଣଙ୍କ ବନ୍ଧୁଙ୍କୁ ବ୍ୟତୀତ ଆପଣଙ୍କ ବନ୍ଧୁ ତାଲିକାରେ ନଥିବା ବ୍ୟକ୍ତି ବି ଆପଣଙ୍କ ଫଟୋକୁ ଦେଖିପାରନ୍ତି ଏବଂ ତାହାର ଅପବ୍ୟବହାର କରି ପାରନ୍ତି।ତେଣୁ ଆପଣଙ୍କ ସମସ୍ତ ତଥ୍ୟକୁ ଗୋପନୀୟ ରଖିବା ପାଇଁ ଫେସବୁକର ସେଟିଙ୍ଗ ଅପ୍ସନକୁ ଯାଇ ଏହାକୁ ବଦଳାଇପାରିବେ ।